ETV Bharat / state

ବଦଳିବ କୁଆରିଆଁ ପର୍ଯ୍ୟଟନସ୍ଥଳୀର ଚିତ୍ର, ଭିତ୍ତିଭୂମି ବିକାଶ ପାଇଁ ବିଧାୟକଙ୍କ ଦାବି - କୁଆରିଆଁ ପର୍ଯ୍ୟଟନ ସ୍ଥଳୀର ହେବ ନୂଆ ରୂପ

ବଦଳିବ କୁଆଁରିଆ ପର୍ଯ୍ୟଟନସ୍ଥଳୀର ଚିତ୍ର । ଝଲସିବ ପର୍ଯ୍ୟଟନସ୍ଥଳୀ । ଅଧିକ ପଢ଼ନ୍ତୁ

ବଦଳିବ କୁଆରିଆଁ ପର୍ଯ୍ୟଟନ ସ୍ଥଳୀର ଚିତ୍ର, ନୌକା ବିହାର ସହ ଭିତ୍ତିଭୂମି ବିକାଶ ପାଇଁ ରଖିଲେ ବିଧାୟକ

author img

By

Published : Jul 12, 2022, 10:50 AM IST

ନୟାଗଡ଼ : ବଦଳିବ କୁଆଁରିଆ ପର୍ଯ୍ୟଟନସ୍ଥଳୀର ଚିତ୍ର । ଏଠାରେ ନୌକା ବିହାର ସହ ଭିତ୍ତିଭୂମିର ବିକାଶ ପାଇଁ ବିଧାୟକ ଦାବି ରଖିଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ନିକଟରେ କୁଆଁରିଆଁ ଜଳପ୍ରପାତ ରହିଛି । ବିଭିନ୍ନ ସମୟରେ ଏହାର ବିକାଶ ହୋଇ ଆସିଛି। ଶାନ୍ତକାନ୍ତ ନିକାଞ୍ଚନ ପ୍ରାକୃତିକ ପରିବେଶ ସାଙ୍ଗକୁ ମୃଗ ବିହାର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏଥିପାଇଁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆକୃଷ୍ଟ ହୋଇ ଏହି ସ୍ଥାନକୁ ଆସିଥାନ୍ତି l

ବଦଳିବ କୁଆରିଆଁ ପର୍ଯ୍ୟଟନ ସ୍ଥଳୀର ଚିତ୍ର, ନୌକା ବିହାର ସହ ଭିତ୍ତିଭୂମି ବିକାଶ ପାଇଁ ରଖିଲେ ବିଧାୟକ

ଭୋଜିଭାତ ସହିତ ମନଲୋଭା ପକ୍ଷୀମାନଙ୍କ କୋଳାହୋଳପୂର୍ଣ୍ଣ ପରିବେଶ ବେଶ୍ ଉତ୍ସାହିତ କରିଥାଏ । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କିଛି କରାଯାଇନାହିଁ । ଫଳରେ ନାନା ହଇରାଣ ହୋଇଥାନ୍ତି ପର୍ଯ୍ୟଟକ । ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି ।

ଦଶପଲ୍ଲା ବିଧାୟକ ରମେଶ ବେହେରା କୁଆଁରିଆ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ନୌକା ବିହାର ସହ ଭିତ୍ତିଭୂମିର ବିକାଶ କରିବାକୁ ବିଧାନସଭାରେ ସ୍ୱତନ୍ତ୍ର ଭାବେ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତ୍ୱରିତ ପଦକ୍ଷେପ ପାଇଁ ଦାବି ରଖିଛନ୍ତି । ଫଳରେ ଏହି ପୀଠର ଉନ୍ନତି ହେବା ନେଇ ଏକ ପ୍ରକାର ପ୍ରଚେଷ୍ଟା ଆରମ୍ଭ ହୋଇପାରିବ । ଯାହାଦ୍ବାରା ପର୍ଯ୍ୟଟକଙ୍କ ଅନେକ ଅସୁବିଧା ଦୂର ହେଇପାରିବ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.