ନୟାଗଡ: ଆଜି ହେଉଛି ମହାଶିବରାତ୍ରୀ । ବିଶେଷ କରି ଆଜିର ଦିନରେ ଶିବଶଙ୍କରଙ୍କ ପୀଠରେ ଭକ୍ତମାନଙ୍କର ଭିଡ ଲାଗିଥାଏ । କୋରୋନା ସମୟରେ ନୟାଗଡ ଜିଲ୍ଲାରେ ଥିବା ସମସ୍ତ ଶୈବପୀଠରେ କୋରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି ।
ସମସ୍ତ କଟକଣା ସହିତ ଶିବ ମନ୍ଦିରରେ ଯେପରି ବେଶୀ ଗହଳି ନହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋରୋନାର ସବୁ ନିୟମକୁ ମାନି ପୂଜା କରିବାରୁ ନିର୍ଦ୍ଦେଶ ଜାରି ହୋଇଛି । ପୀଠରେ ନିୟମ ଉଲଘଂନ କଲେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ