ନୟାଗଡ଼: କୋରୋନା ଯୋଦ୍ଧାଙ୍କୁ ସରକାରୀ ସହାୟତା। ମହାମାରୀ ଯୁଦ୍ଧରେ ହାରି ଯାଇଥିବା ନୟାଗଡ଼ ଜିଲ୍ଲାର ଦୁଇ କୋରୋନା ଯୋଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି l
ଏଏସଆଇ ଆର.କେ କବି ଏବଂ କନଷ୍ଟେବଳ ସନ୍ତୋଷ ବେହେରାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ଏହି ସହାୟତା ଦେଇଛନ୍ତି। ନୟାଗଡ଼ ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଏବଂ ଏସପି ସିଦ୍ଧାର୍ଥ କଟାରିଆ ସେମାନଙ୍କୁ ଚେକ ଦେଇଛନ୍ତି l
କୋଭିଡ଼ ସମୟରେ ଡ୍ୟୁଟି କରୁଥିବାବେଳେ ଏହି 2 ଯୋଦ୍ଧା କୋରୋନାରେ ଆକ୍ରାନ୍ତ ହୋଇ ସହିଦ ହୋଇଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ