ETV Bharat / state

ନୟାଗଡ଼ରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି 224 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : May 6, 2021, 10:43 PM IST

କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ନୟାଗଡ଼ରେ ଆଜି ୨ ଶହ ୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୭୩୪ ସକ୍ରିୟ ମାମଲା ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନୟାଗଡ଼ରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି 224 ନୂଆ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼ : କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି ୨ ଶହ ୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୭୩୪ ସକ୍ରିୟ ମାମଲା ରହିଥିବା ଜଣାପଡିଛି ।

ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨୨୪ ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଲକରୁ ୩, ଦଶପଲ୍ଲାରୁ ୨୩, ଗଣିଆ ୩, ଖଣ୍ଡପଡ଼ାରୁ ୫, ନୟାଗଡ଼ରୁ ୫୫, ନୂଆଗାଁରୁ ୨୩, ଓଡ଼ଗାଁରୁ ୪୮, ରଣପୁରରୁ ୨୬, ନୟାଗଡ଼ ପୌରାଞ୍ଚଳ ତଥା ଜିଲ୍ଲା ବାହାରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.