ନୟାଗଡ଼: ନିକଟରେ ସୋସିଆଲ ମିଡିଆରେ ନୟାଗଡର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥରେ ବିଦ୍ୟୁତ ବିଭାଗରେ ଚାକିରି ଦେବାକୁ ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ଦେଖାଯାଇଥିଲା । ଯାହାକୁ ନେଇ ଏବେ ଜୋର ଧରିଛି ପ୍ରତିବାଦ । ଲାଞ୍ଚ କାରବାରକୁ ବିରୋଧ କରି ଘଟଣାରେ ସାମିଲ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ।
ନୟାଗଡ଼ରେ ଚାକିରି ଦେବା ନାଁରେ ଚୂନ ଲଗାଉଛି ଠିକା ସଂସ୍ଥା l ଠିକା ସଂସ୍ଥାରେ ଚାକିରି ପାଇବାକୁ ହେଲେ ଦେବାକୁ ପଡୁଛି ମୋଟା ଅଙ୍କର ଟଙ୍କା l ନୟାଗଡ଼ ଜ଼ିଲ୍ଲାରେ ମିଟର ରିଡିଙ୍ଗ କାର୍ଯ୍ୟ କରିବା ପାଇଁ ଟାଟା କମ୍ପାନୀ ଠାରୁ ଷ୍ଟିଲିଙ୍ଗି କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି l ନିଯୁକ୍ତି ପାଇବା ଆଶା ରଖିଥିବା ପିଲାମାନଙ୍କୁ ଦେବାକୁ ପଡୁଛି 15 ହାଜରରୁ ୬୦ ହଜାର ଟଙ୍କା l ଚାକିରି ପାଇଁ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି l
ଅଭିଯୋଗ ମୁତାବକ ଠିକା ସଂସ୍ଥାର ମାଲିକ ଶାନ୍ତନୁ ବିଶୋଇ ଓ ତଥାକଥିତ ମାଉସୀ ଏଭଳି ମୁଲଚାଲ କରି ପିଲାଙ୍କୁ ଚାକିରିରେ ନିୟୋଜିତ କରିଥିଲେ l ଏଥିପାଇଁ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି l ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା l ଏନେଇ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l ନଚେତ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ମିଳିତ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ