ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ନୟାଗଡ଼ ଚିଲଡ୍ରେନ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଏସଆଇଟି । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ହାଇକୋର୍ଟ ମନିଟରିଂ ଏସଆଇଟି ତଦନ୍ତ କରିବା କଥା । ମାତ୍ର ଚାର୍ଜସିଟର କୌଣସି ସ୍ଥାନରେ ହାଇକୋର୍ଟ ମନିଟରିଂ ଏସଆଇଟି ବୋଲି ଉଲ୍ଲେଖ ନାହିଁ । କେବଳ ଏସଆଇଟି ତଦନ୍ତ କରିଥିବା ଉଲ୍ଲେଖ ଅଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ନୟାଗଡ଼ ଜିଲ୍ଲା କଂଗ୍ରେସ ।
ନୟାଗଡ଼ କଂଗ୍ରେସ ସଭାପତି ରଞ୍ଜିତ ଦାଶ ସରକାରଙ୍କୁ ସମାଲୋଚନା କରିଛନ୍ତି । ନବୀନ ସରକାର ସାଢ଼େ 4 କୋଟି ଓଡିଆଙ୍କୁ ଧୋକା ଦେଇଛନ୍ତି ଏବଂ ଭ୍ରମିତ କରିଛନ୍ତି । ନୟାଗଡ଼ର 11 ଲକ୍ଷ ଲୋକ ହାଇକୋର୍ଟ ମନିଟରିଂ ଏସଆଇଟିକୁ ଅପେକ୍ଷା କରିଥିଲେ । କିନ୍ତୁ, ତାହା ହେଲା ନାହିଁ । ଏହା ବାଦ ଏସଆଇଟି ଚାର୍ଜସିଟ ଦାଖଲ କୋର୍ଟରେ କେତେ ଗ୍ରହଣୀୟ ହେବ ତାକୁ ନେଇ ମଧ୍ୟ ସେ ସନ୍ଦେହ କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ