ETV Bharat / state

ଦରବୃଦ୍ଧି ବିରୋଧରେ ସାଇକେଲ ଶୋଭାଯାତ୍ରାରେ କଂଗ୍ରେସର ପ୍ରତିବାଦ - ନୟାଗଡ କଂଗ୍ରେସ ସାଇକଲ ରାଲି

କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ସହରରେ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ପିଟିଏସ ଛକରୁ ଦୁର୍ଗାପ୍ରସାଦ ଛକ ପର୍ଯ୍ୟନ୍ତ କରାଯାଇଛି l ଅଧିକ ପଢନ୍ତୁ...

ଦରବୃଦ୍ଧି ବିରୋଧରେ ସାଇକେଲ ଶୋଭାଯାତ୍ରାରେ କଂଗ୍ରେସର ପ୍ରତିବାଦ

author img

By

Published : Jul 9, 2021, 4:18 PM IST

ନୟାଗଡ଼: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଅଖିଳ ଭାରତ କଂଗ୍ରେସ କମିଟି ଆହ୍ବାନ କ୍ରମେ ବିକ୍ଷୋଭ କରାଯାଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରେ ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 2930 ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ 30 ପରିବର୍ତ୍ତେ ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣିପାରି ନାହାଁନ୍ତି, ସେମାନଙ୍କୁ ଆର୍ଥିକ କ୍ଷତି ପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର, କୀଟନାଶକ ଔଷଧ ପ୍ରଦାନ ଦାବିରେ ଦେଶବ୍ୟାପୀ କଂଗ୍ରେସ ଦଳର ସାତଦିନିଆ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିଛି l

ଦରବୃଦ୍ଧି ବିରୋଧରେ ସାଇକେଲ ଶୋଭାଯାତ୍ରାରେ କଂଗ୍ରେସର ପ୍ରତିବାଦ

ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ସହରରେ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ପିଟିଏସ ଛକରୁ ଦୁର୍ଗାପ୍ରସାଦ ଛକ ପର୍ଯ୍ୟନ୍ତ କରାଯାଇଛି l ଏହି ସାଇକେଲ ଶୋଭାଯାତ୍ରାରେ ଜିଲ୍ଲା ସଭାପତି ରଞ୍ଜିତ ଦାଶଙ୍କ ସହ ଜିଲ୍ଲା ଉପ ସଭାପତି କମଳ ଚରଣ ସାହୁ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ସାମିଲ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.