ନୟାଗଡ : ‘ପରୀ’କୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ନୟାଗଡ ପିଡ଼ବ୍ଲୁଡ଼ି ବଙ୍ଗଳା ଠାରୁ ଏକ ରାଲିରେ ଆସି ଜ଼ିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ l ପରେ 57 ନମ୍ବର ରାଜରାସ୍ତାରେ ବସି ପ୍ରତିବାଦ କରିଥିଲେ l ପରିକୁ ନ୍ୟାୟ ମିଳୁ ଓ ତାଙ୍କ ବାପା 4 ମାସ ହେବ ଜୀବିକା ହରାଇ ବସିଛନ୍ତି ବୋଲି କହିଥିଲେ କଂଗ୍ରେସ କର୍ମୀ l
ତାଙ୍କୁ 20 ଲକ୍ଷ ଟଙ୍କା ସହାୟତା ଦେବାପାଇଁ ଦାବି କରିଥିଲା ଦଳ । ତେବେ, ପରୀ ହତ୍ୟାକାଣ୍ତର ଏସଆଇଟି ତଦନ୍ତ ହେଉଥିବାରୁ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର । ନଚେତ ତଦନ୍ତକୁ ପ୍ରଭାବିତ କରିବେ ବୋଲି କଂଗ୍ରେସ କହିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ