ETV Bharat / state

ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା: ନ୍ୟାୟ ଦାବିରେ ଗର୍ଜିଲା କଂଗ୍ରେସ - ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା

ନୟାଗଡରେ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା । ଅଢେଇ ମାସ ବିତିଯାଇଥିଲେ ମଧ୍ୟ ଚିହ୍ନଟ ହୋଇପାରିନାହାଁନ୍ତି କୌଣସି ଅଭିଯୁକ୍ତ । ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସର ଆନ୍ଦୋଳନ ।

ପରୀ ନ୍ୟାୟ ଦାବିରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା କଂଗ୍ରେସ

author img

By

Published : Oct 17, 2020, 7:08 AM IST

ନୟାଗଡ: ବହୁଚର୍ଚ୍ଚିତ 5 ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ l ଗତ ଜୁଲାଇ ମାସ ୨୩ ତାରିଖରେ ନୟାଗଡ ସଦର ଥାନା ଅଞ୍ଚଳର ପାଞ୍ଚ ବର୍ଷୀୟା ନାବାଳିକା ପରୀକୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘଟଣାକୁ ଅଢେଇ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଶାସକ ଦଳ ଚାପରେ ଅପରାଧୀଙ୍କୁ ଗିରଫ କରୁନଥିବା ଦର୍ଶାଇ ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି ।

ପରୀ ନ୍ୟାୟ ଦାବିରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ପରୀକୁ ତୁରନ୍ତ ନ୍ୟାୟ ଦାବିରେ ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କୁ ରାଜ୍ୟ କଂଗ୍ରେସ ଫେରାଦ ହୋଇଥିଲା । ଶୁକ୍ରବାର ଜିଲ୍ଲା କଂଗ୍ରେସ ପକ୍ଷରୁ ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ନିଷ୍ପାପ ନାବାଳିକା ପରୀକୁ ନ୍ୟାୟ ନମିଳିଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l ଏହି ଘଟଣାରେ ପୋଲିସ ସଠିକ ଭାବେ ତଦନ୍ତ ଜାରି ରଖିଛି ଓ ଖୁବଶୀଘ୍ର ହତ୍ୟାକାରୀଙ୍କୁ ଖୋଜି ବାହାର କରାଯିବ ବୋଲି ନୟାଗଡ ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ କହିଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.