ETV Bharat / state

ନୟାଗଡ ଚିନିକଳର ମାଲିକ କିଏ: ନୟାଗଡ଼ କଂଗ୍ରେସ - ନୟାଗଡ ଚିନିକଳ

ନୟାଗଡ ଚିନିକଳର ମାଲିକ କିଏ ? ପ୍ରଶ୍ନ ଉଠାଇଲା ନୟାଗଡ଼ କଂଗ୍ରେସ । ଅଧିକ ପଢନ୍ତୁ...

congress pressmeet in nayagarh
ନୟାଗଡ ଚିନିକଳର ମାଲିକ କିଏ ? ପ୍ରଶ୍ନ ଉଠାଇଲା ନୟାଗଡ଼ କଂଗ୍ରେସ
author img

By

Published : Feb 1, 2021, 8:12 PM IST

ନୟାଗଡ : ବନ୍ଦ ହୋଇପଡିଛି ନୟାଗଡ଼ ଆଖୁ ଚାଷୀଙ୍କ ମେରୁଦଣ୍ଡ କୁହାଯାଉଥିବା ଚିନି କଳ l ଏହାକୁ ଖୋଲିବାକୁ କାହାର ନିଘା ନାହିଁ l ୧୯୮୮ ମସିହାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପିତ ହୋଇଥିଲା l ସରକାର ଶିଳ୍ପକୁ ଚଲେଇବାରେ ଅସମର୍ଥ ହୋଇଛନ୍ତି l ସେଥିପାଇଁ ବିଭିନ୍ନ ସମୟରେ କଂଗ୍ରେସ ବ୍ୟତୀତ ସରକାରମାନେ ଏହି ଚିନିକଳର ମାଲିକାନାକୁ ସମବାୟ ବିଭାଗ ହାତରୁ କାଢି ଘରୋଇକରଣ କରି ଆସିଛନ୍ତି l 2004 ମସିହାରେ ରାଜ୍ୟର ବିଜେଡି-ବିଜେପି ମେଣ୍ଟ ସରକାର ଜିଲ୍ଲାର ହଜାର ହଜାର ଆଖୁଚାଷୀଙ୍କ ଜୀବନରେଖା ପାଲଟିଥିବା ଏହି ସମବାୟ ଚିନିଶିଳ୍ପକୁ ଶାଗମାଛ ଦରରେ ବିକ୍ରି କରିଥିବା ଅଭିଯୋଗ ହୋଇଛି l

ନୟାଗଡ ଚିନିକଳର ମାଲିକ କିଏ ? ପ୍ରଶ୍ନ ଉଠାଇଲା ନୟାଗଡ଼ କଂଗ୍ରେସ

ମେଣ୍ଟ ସରକାରରେ ସମବାୟ ବିଭାଗ ବିଜେପି ହାତରେ ଥିଲା । ତତ୍କାଳୀନ ରଣପୁର ବିଧାୟିକା ସୁରମା ପାଢ଼ୀ ସମବାୟ ମନ୍ତ୍ରୀ ଦାୟିତ୍ବରେ ଥିଲେ l ତେଣୁ ଆଜି ଯେଉଁ ପ୍ରଶ୍ନ ଉଠୁଛି ନୟାଗଡ ଚିନିକଳ ମାଲିକ କିଏ? ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ସ୍ପଷ୍ଟ କରନ୍ତୁ କେଉଁ କାରଣରୁ ଆଉ କାହା ସ୍ବାର୍ଥରେ ପ୍ରାୟ ୫0 କୋଟି ଟଙ୍କାର ଚିନିକଳକୁ ମାତ୍ର ୫ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ତତ୍କାଳୀନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ସୁପାରିଶ କରିଥିଲେ ବୋଲି କଂଗ୍ରେସ କହିଛି l ଆଉ ଏଥିପାଇଁ କେତେ କୋଟିଟଙ୍କା ରାଜ୍ୟ ବିଜେପି ଦଳ ଚାନ୍ଦା ପାଇଛି ଯେ, ଚିନିକଳ କିଣିଥିବା ତ୍ରୈଲୋକ୍ୟ ମିଶ୍ରଙ୍କୁ ୫ କୋଟି ୨୨ ଲକ୍ଷ ପୈଠ କରିବା ପାଇଁ ୫ ବର୍ଷ ସମୟ ଦିଆ ଯାଇଥିଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ଏହାସହ ଏହି ଚିନିକଳକୁ ବନ୍ଧା ପକାଇ ୟୁକୋ ବ୍ୟାଙ୍କରୁ ୨୨ କୋଟି ଟଙ୍କା ଋଣ ନେବା ପାଇଁ ମୁଖ୍ୟଙ୍କୁ ସମବାୟ ବିଭାଗ NOC ଦେଇଦେଲା ତାର ଉତ୍ତର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ନୟାଗଡ଼ ଜିଲ୍ଲାବାସୀଙ୍କୁ ଉତ୍ତର ଦିଅନ୍ତୁ l

କଂଗ୍ରେସ ସରକାରଙ୍କ ସ୍ଥାପିତ ଚିନିକଳକୁ ଛାରଖାର କରି ମାଟିରେ ମିଶାଇ ଦେବା ପାଇଁ ବିଜେଡି ବିଜେପି ଉଭୟ ଦାୟୀ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ପ୍ରେସବାର୍ତ୍ତାରେ ଗଣମାଧ୍ୟମକୁ କହିଛନ୍ତି l 2014 ସାଧାରଣ ନିର୍ବାଚନରେ ବିଜେପି ଘୋଷଣା ପତ୍ରରେ କହିଥିଲା କୃଷି ଭିତ୍ତିକ ରୁଗ୍ଣ ଶିଳ୍ପର ପୁନଃରୁଦ୍ଧାର ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ କରାଯିବ । ମାତ୍ର ନୟାଗଡର ଏହି ରୁଗ୍ଣ ଚିନିକଳ ପୁନଃରୁଦ୍ଧାର ପାଇଁ ଟଙ୍କାଟିଏ ବି କେନ୍ଦ୍ରୀୟ ଆର୍ଥିକ ସହାୟତା ଆଜି ଯାଏଁ ପାଇପାରି ନଥିବା ଅଭିଯୋଗ ହୋଇଛି । ଦୀର୍ଘ ୨୧ ବର୍ଷ ଧରି ନୟାଗଡ଼ରେ ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ଚିନିକଳ ରୁଗ୍ଣ ଅବସ୍ଥାରେ ରହିଛି । ଏଥିପାଇଁ ମାଲିକାନାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.