ETV Bharat / state

ମହାବିଦ୍ୟାଳୟ ପରିସରରେ ବେଆଇନ ଗଛ କଟାକୁ କଂଗ୍ରେସର ବିରୋଧ - ବେଆଇନ ଗଛ କଟାକୁ କଂଗ୍ରେସର ବିରୋଧ

ନୟାଗଡ଼ ଜିଲ୍ଲା ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରୁ ମୂଲ୍ୟବାନ ଶାଗୁଆନ ଗଛ ସମେତ ଅନ୍ୟାନ୍ୟ ବହୁବର୍ଷର ପୁରୁଣା ଗଛ କଟାକୁ ବିରୋଧ କରିଛି ନୟାଗଡ଼ କଂଗ୍ରେସ l ଏନେଇ କଂଗ୍ରେସ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଅଭିଯୋଗ କରିଛି l ଅଧିକ ପଢନ୍ତୁ

ମହାବିଦ୍ୟାଳୟ ପରିସରରେ ବେଆଇନ ଗଛ କଟାକୁ କଂଗ୍ରେସର ବିରୋଧ

author img

By

Published : Dec 9, 2021, 9:40 PM IST

ନୟାଗଡ଼: ମହାବିଦ୍ୟାଳୟ ପରିସରରେ ବେଆଇନ ଗଛ କଟାକୁ କଂଗ୍ରେସର ବିରୋଧ । ନୟାଗଡ଼ ଜିଲ୍ଲା ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରୁ ମୂଲ୍ୟବାନ ସାଗୁଆନ ଗଛ ସମେତ ଅନ୍ୟାନ୍ୟ ବହୁବର୍ଷର ପୁରୁଣା ଗଛ କଟାକୁ ବିରୋଧ କରିଛି ନୟାଗଡ଼ କଂଗ୍ରେସ l ଏନେଇ କଂଗ୍ରେସ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଅଭିଯୋଗ କରିଛି l

ମହାବିଦ୍ୟାଳୟ ପରିସରରେ ବେଆଇନ ଗଛ କଟାକୁ କଂଗ୍ରେସର ବିରୋଧ

ଏହି ମୂଲ୍ୟବାନ ଗଛସବୁ ମୂଳରୁ ଉପାଡିବା ପାଇଁ ଅଧ୍ୟକ୍ଷଙ୍କୁ କିଏ ନିର୍ଦ୍ଦେଶ ଦେଇଛନ୍ତି ଏବଂ କାହା ସ୍ବାର୍ଥରେ କଣ ପାଇଁ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରୁ ଗଛ କଟାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ, କଲେଜ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଛନ୍ତି l ଏହି ଗଛ ଗୁଡ଼ିକୁ କାଟିବା ପାଇଁ ଅଧ୍ୟକ୍ଷ ଆବଶ୍ୟକୀୟ ଅନୁମତି ପାଇଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି l ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସୁପାରିଶ ପାଇଁ ଆଇନଜୀବୀ ଦାଶ ଜିଲ୍ଲା ଆଇନସେବା ପ୍ରାଧିକାରଣଙ୍କ ହସ୍ତକ୍ଷେପ ଲୋଡିବେ ବୋଲି କହିଛନ୍ତି l

ମହାବିଦ୍ୟାଳୟ ପରିସରରେ ମେଗା ସ୍ବାସ୍ଥ୍ୟମେଳା ଆୟୋଜନକୁ ସ୍ବାଗତ କରାଯାଉ ଥିବା ବେଳେ ଯଦି ସ୍ବାସ୍ଥ୍ୟ ଶିବିର ପାଇଁ ଅଧ୍ୟକ୍ଷ ମନଇଚ୍ଛା ଗଛ କାଟିଥାନ୍ତି, ତେବେ ଏହା ସାଙ୍ଘାତିକ କାର୍ଯ୍ୟ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରେସ ବାର୍ତ୍ତାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.