ନୟାଗଡ: ଆଖୁ ଚାଷୀଙ୍କ ଜୀବନ ରେଖା ଥିଲା ନୟାଗଡ ଚିନି କଳ l ହେଲେ ଏହା ବନ୍ଦ ଥିବାରୁ ହଜାର ହଜାର ଆଖୁ ଚାଷୀ ଆଜି ଦାଦନ ଖଟୁଛନ୍ତି l ଚିନିକଳ ଏବେ ଭୂତ କୋଠରୀରେ ପରିଣତ ହେଲାଣି l କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଲୁଟ ହେଲାଣି l ନୟାଗଡ଼ର ବିଧାୟକ ତଥା କୃଷି ମନ୍ତ୍ରୀ ରାଜ୍ୟ ରାଜନୀତିରେ ପତିଆର ଜାହିର କରିଥିଲେ ବି ଜିଲ୍ଲାରେ ଆଖୁ ଚାଷୀଙ୍କ ଦୁଃଖ ବୁଝିପାରୁଥିବା କଂଗ୍ରେସ ଅଭିଯୋଗ କରିଛି l ଏ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ନୟାଗଡ଼ରେ ଏକ ନୂତନ ଚିନି କଳ ସ୍ଥାପନ ପାଇଁ ଦାବି କରିଛି l
ଜିଲ୍ଲାରେ 5000 ମେଟ୍ରିକଟନ କ୍ରସିଂଙ୍ଗ କ୍ଷମତାଯୁକ୍ତ ନୂତନ ସ୍ୱୟଂଚାଳିତ ଚିନିକଳ ପ୍ରତିଷ୍ଠା ପାଇଁ ଦାବି ହୋଇଛି l କେବଳ କଂଗ୍ରେସ ନୁହେଁ , ହଜାର ହଜାର ଆଖୁଚାଷୀମାନେ ନୂତନ ଚିନି କଳ କିମ୍ବା ଅଚଳ ହୋଇପଡ଼ିଥିବା ଚିନିକଳ ଚାଲୁ କରିବା ପାଇଁ ଦାବି କରିଛନ୍ତି । ତେବେ , ଏ ସମ୍ମିଳନୀରେ ଜିଲ୍ଲା ସଭାପତି ରଣଜିତ ଦାଶ, ଓବିସି ସେଲ ଅଧ୍ୟକ୍ଷ୍ୟଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଯୋଗ ଉପସ୍ଥିତ ଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ