ETV Bharat / state

Padmapur ByPoll: ଦଳୀୟ ପ୍ରଚାରରେ ଶିକ୍ଷକ ସାମିଲ ! ଜିଲ୍ଲା କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି - ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ (Padmapur Bypoll) ଲାଗି ବିଜେଡି ଦଳୀୟ ପ୍ରଚାରରେ ନୟାଗଡ଼ର ଜଣେ ଶିକ୍ଷକ ସାମିଲ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

Padmapur ByPoll: ଦଳୀୟ ପ୍ରଚାରରେ ଶିକ୍ଷକ ସାମିଲ ! ଜିଲ୍ଲା କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Dec 4, 2022, 9:22 PM IST

Updated : Dec 4, 2022, 10:19 PM IST

ନୟାଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll)କୁ ନେଇ ନୟାଗଡ଼ରେ ଦେଖିବାକୁ ମିଳିଛି ତାତି । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରଚାରରେ ନୟାଗଡ଼ର ଜଣେ ଶିକ୍ଷକ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଦେଖିବାକୁ ମିଳିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନୟାଗଡ଼ ଜିଲ୍ଲା କଂଗ୍ରେସ (Nayagarh District Congress) ।

ଶୃଙ୍ଖଳିତ ସରକାରୀ କର୍ମଚାରୀ ନୀତି ନିୟମକୁ ବେଖାତିର କରି ନୟାଗଡ ଜିଲ୍ଲା ନବଘନପୁର କପିଳେଶ୍ଵରର ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ନାୟକ ନିଜେ ବିଜେଡି କର୍ମୀ ଭାବେ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରଚାର କାର୍ଯ୍ୟରେ ସାମିଲ ହେବା ଏବଂ ବିଜେଡି ବିଧାୟକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ଓଡଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ଅନ୍ୟ ବିଜେଡି ନେତା କଣ୍ଟ୍ରାକ୍ଟରଙ୍କ ସହ ଫଟୋ ଭାଇରାଲ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି । ଗାନ୍ଧିବାଦ ଦ୍ବାହି ଦେଉଥିବା ନୟାଗଡ ବିଧାୟକ ଅରୁଣ ସାହୁ ଜଣେ ଶିକ୍ଷକ ଭବାନୀ ସାରଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଇବା କେଉଁ ଗାନ୍ଧୀଦର୍ଶନରେ ଲେଖାଯାଇଛି ବୋଲି ବରିଷ୍ଠ ଆଇନଜୀବି ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ- ମାଟିର ଝିଅକୁ ଅପମାନ କରିଥିବା ବିଜେପିକୁ ଉଚିତ ଜବାବ ଦେବେ ପଦ୍ମପୁରବାସୀ: ବିଜେଡି

ଯେତେବେଳେ ରାଜ୍ୟର ଲକ୍ଷାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଜୀବନଜୀବିକା ଭଳି ନ୍ୟାୟ ଅଧିକାର ପାଇଁ ରାଜରାସ୍ତାରେ ଅହୋରାତ୍ର ସଂଗ୍ରାମ କରୁଥିବା ବେଳେ ଏହି ଶିକ୍ଷକ ସମସ୍ତ ନୀତି ନୈତିକତା ସଂଘୀୟ ଆବେଗକୁ ଉଲ୍ଲଙ୍ଘନ କରି ଉପନିର୍ବାଚନରେ ଦଳୀୟ ପ୍ରଚାର କରିଥିବା ଅଭିଯୋଗ ହୋଇଛି । ଯାହାଦ୍ବାରା ଶିକ୍ଷକ ସମୂହ ପାଇଁ ଏହି ଶିକ୍ଷକ ଜଣକ ଏକ କଳଙ୍କିତ ବ୍ୟକ୍ତିତ୍ବ ବୋଲି କଂଗ୍ରେସ କହିଛି । ନୟାଗଡ କଂଗ୍ରେସ ପକ୍ଷରୁ ଘୋର ନିନ୍ଦା କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ବରଗଡ଼ ଜିଲ୍ଲାପାଳ, ନୟାଗଡ ଜିଲ୍ଲାପାଳଙ୍କ ସହ ପିସିସି ସଭାପତି ଏବଂ ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ଟ୍ବିଟ କରାଯାଇ ଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ଇଟିଭି ଭାରତ, ନୟାଗଡ଼

Last Updated : Dec 4, 2022, 10:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.