ETV Bharat / state

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ନୟାଗଡରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ - ନୟାଗଡରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲା ବିଜେଡି

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନୟାଗଡରେ ବିଜୁଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଖୁବ ଉତ୍ସାହର ପାଳନ କରାଯାଇଛି l ଅଧିକ ପଢନ୍ତୁ

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ
ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ
author img

By

Published : Oct 16, 2022, 5:55 PM IST

ନୟାଗଡ଼ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜୟ ନାୟକ(CM Naveen Patnaik turns 77 today) । ଏଥିପାଇଁ ବିଜେଡ଼ି ପକ୍ଷରୁ ବ୍ୟାପକ ଭାବେ ଏହି ଉତ୍ସବକୁ ପାଳନ କରାଯାଉଛି l ଜନ୍ମ ଦିନକୁ ପାଳନ କରିବା ଅବସରରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ନୟାଗଡ଼ ବିଜେଡ଼ି ଜନ୍ମଦିନକୁ ପାଳନ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରିଛି l 4ଟି ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡ଼ି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିଛନ୍ତି l ସମାଜସେବାକୁ ଗୁରୁତ୍ୱ ଦେଇଛି ବିଜେଡ଼ି l କର୍ମୀ ଏବଂ ସମର୍ଥକଙ୍କୁ ନେଇ ବୈଠକ ସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି l ରକ୍ତର ଅଭାବକୁ ଦୂର କରିବାକୁ ରକ୍ତଦାନ ଶିବିର, ବୃକ୍ଷରୋପଣ ପରି କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି l

ଏହା ମଧ୍ୟ ପଢନ୍ତୁ: Bharat Jodo Yatra: ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ

ଏହି ସବୁ କାର୍ଯ୍ୟକ୍ରମ କରି ଲୋକଙ୍କ ସହ ଜଡ଼ିତ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଖୁବ ଉତ୍ସାହର ପାଳନ କରାଯାଇଛି l ସମସ୍ତ ସମିତି ସଭ୍ୟ, ସରପଞ୍ଚ, ବିଜେଡ଼ି କର୍ମୀ ମାନେ ଏକାଠି ହୋଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲେ l ଏପରି ସମାଜସେବା ମୂଳକ କାର୍ଯ୍ୟ କରି ବିଜେଡ଼ି ଲୋକଙ୍କ ସହିତ ଜଡ଼ିତ ରହିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: 77 ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛୁଟିଲା ଶୁଭେଚ୍ଛା ସୁଅ

ଏନେଇ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ଯେ,"ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ଓଡିଶାବାସୀଙ୍କ ସେବାକରି ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏକ ନମ୍ବର ସ୍ଥାନରେ ରହିଛନ୍ତି । ବିଶ୍ବରେ ମଧ୍ୟ ତାଙ୍କ ବିଷୟରେ ଚର୍ଚ୍ଚା ହେଉଛି । ସେବକଭାବେ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରଣପୁର ନିର୍ବାଚନ ମଣ୍ଡଳୀରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଖୁବ ଉତ୍ସାହର ପାଳନ କରାଯାଇଛି l ଅନେକ ଯୁବଗୋଷ୍ଠୀ ସ୍ବଇଚ୍ଛାରେ ଆସି ରକ୍ତଦାନ କରିଛନ୍ତି । ବଜୁଜନତା ଦଳ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସମସ୍ତ ସମିତି ସଭ୍ୟ, ସରପଞ୍ଚ ଓ କର୍ମୀଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.