ETV Bharat / state

ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି - ଭଙ୍ଗା କୋଠରୀରେ କୋମଳମତି ଶିଶୁଙ୍କ ଭବିଷ୍ୟତ

ନୟାଗଡ଼ ଜିଲ୍ଲା କସନ୍ଦା ପଞ୍ଚାୟତରେ ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ଚାଲିଥିବା ବେଳେ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Children learned in a danger situation at Anganwadi centre in Nayagarh
ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
author img

By

Published : Feb 11, 2021, 5:36 PM IST

ନୟାଗଡ଼: ଜିଲ୍ଲା ରଣପୁର ବ୍ଲକ କସନ୍ଦା ପଞ୍ଚାୟତ କଣ୍ଡରଗାଡ଼ିଆ ଗାଁରେ ବିପଦପୂର୍ଣ୍ଣ ଭାବରେ ଭଙ୍ଗା କୋଠରୀରେ ଚାଲିଛି ପାଠପଢା । ସରକାରଙ୍କ ପକ୍ଷରୁ ଏକ ଅଙ୍ଗନବାଡି କେନ୍ଦ୍ର ନଥିବା କାରଣରୁ ଏପରି ସମସ୍ୟା ଦେଖିବାକୁ ମିଳୁଛି । ତେବେ ଖୁବଶୀଘ୍ର ସରକାର ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

କୋମଳମତି ଶିଶୁଙ୍କ ଭବିଷ୍ୟତ ଭଙ୍ଗା କୋଠରୀରେ ରହିଯାଇଛି । ବିପଦପୂର୍ଣ୍ଣ ଅବସ୍ଥାରେ ଏଠାରେ ପାଠପଢା ଚାଲିଛି । ଯେକୌଣସି ସମୟରେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପିଲାଙ୍କ ପାଠପଢା ପାଇଁ ଅଭିଭାବକ ଏଠାକୁ ଛାଡୁଛନ୍ତି । କୌଣସି ସମୟରେ ଯଦି ପଥର ଖଣ୍ଡ ଖସି ଶିଶୁମାନେ ଆହତ ହୁଅନ୍ତି, ତାହେଲେ ଏଥିପାଇଁ ଦାୟୀ କିଏ ହେବ ବୋଲି ଅଭିଭାବକଙ୍କ ମହଲରେ ପ୍ରଶ୍ନ ଉଠିଛି ।

ଅଘଟଣ ସମ୍ଭାବନାକୁ ନେଇ ଅଙ୍ଗନବାଡି କେନ୍ଦ୍ରର କର୍ମୀ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯଥାଶୀଘ୍ର ଅଙ୍ଗନବାଡି ଗୃହ ନିର୍ମାଣ କରି ଏହି ଅଘଟଣକୁ ଏଡ଼ାଇବା ପାଇଁ ଗ୍ରାମବାସୀ ଅଙ୍ଗନବାଡି ଗୃହଟିଏ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.