ନୟାଗଡ଼: ନୂଆଗାଁ ବ୍ଲକ ସିକ୍ରୀଡ଼ା ଗାଁରେ ଗୁରୁବାର ରାତିରେ ହେବାକୁ ଥିବା ବାଲ୍ୟ ବିବାହକୁ ଅଟକାଇଛି ନୟାଗଡ଼ ଚାଇଲ୍ଡ ଲାଇନ ।
ଗୁପ୍ତ ଭାବରେ ଝିଅକୁ ବିବାହ କରିବା ପାଇଁ ସମସ୍ତ ଆୟୋଜନ ହୋଇସାରିଥିଲା । କନ୍ୟା ପକ୍ଷ କେବଳ ବରପକ୍ଷ ଆସିବା ବାଟକୁ ଚାହିଁ ବସିଥିଲେ । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୟାଗଡ଼ ଚାଇଲଡ଼ ଲାଇନ ସହ ନୂଆଗାଁ ପୋଲିସ ନାବାଳିକା ଘରେ ପହଞ୍ଚି ଲିଖିତ ଭାବେ ବୁଝାମଣା ପତ୍ର ସ୍ବାକ୍ଷର କରି ବିବାହକୁ ଅଟକାଇଛନ୍ତି । ନାବାଳିକାର ବୟସ 16 ବର୍ଷ ହୋଇଥବା ଜଣା ପଡିଛି ।
ନୟାଗଡରୁ ଉତ୍ପଲ ସାହୁ, ଇଟିଭି ଭାରତ