ETV Bharat / state

ପିଲା ଚୋରିବେଳେ ଧରାପଡିଲା ଚୋର, ପୋଲିସ ଜିମା ଦେଲେ ଗ୍ରାମବାସୀ

ମୁଁ ପିଲାକୁ ବୁଲେଇବାକୁ ନେଇଥିଲି, ଧରା ପଡିବା ପରେ ଏମିତି କହିଲା ପିଲା ଚୋର l ପୋଲିସ ଜିମା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

author img

By

Published : May 10, 2022, 3:39 PM IST

ପିଲା ଚୋରି ବେଳେ ଧରାପଡିଲା ଚୋର, ପୋଲିସ ଜିମା ଦେଲେ ଗ୍ରାମବାସୀ

ନୟାଗଡ଼ : ପିଲା ଚୋରି କରି ନେଉଥିବାବେଳେ ହଟହଟା ଚୋର । ଧରାପଡିବା ପରେ ମୁଁ ପିଲାକୁ ବୁଲାଇବାକୁ ନେଇଥିବା କହିଲା ପିଲା ଚୋର । ଗ୍ରାମବାସୀଙ୍କ ହାବୁଡ଼ରେ ପଡି ଏମିତି କହିଲା ଚୋର l ପିଲା ଚୋରକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ l ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପାଇକଗଡ଼ ଗ୍ରାମରେ l

ସୂଚନା ଅନୁସାରେ ଉକ୍ତ ଗାଁର ଅଜୟ ମୁଦୁଲିଙ୍କ 3ବର୍ଷର ଝିଅ ସମ୍ପୂର୍ଣ୍ଣା ମୁଦୁଲି ଗାଁ ଦାଣ୍ଡରେ ଖେଳୁଥିବାବେଳେ ଗ୍ରାମକୁ ଆସିଥିବା ରଙ୍କ ମହାରଣା ନାମକ ଏକ ପରିବା ବେପାରୀ ଝିଅଟିକୁ ପରିବା ବୋଝରେ ପକାଇ ନେଇଯାଉଥିଲା । ଏହି ସମୟରେ ପିଲାଟି କାନ୍ଦିବାରୁ ସ୍ଥାନୀୟ ଲୋକେ ପରିବା ବେପାରୀକୁ ଅଟକାଇ ଝିଅଟିକୁ ଉଦ୍ଧାର କରିଥିଲେ l ପରେ ଗ୍ରାମବାସୀ ପରିବା ବେପାରୀକୁ ଅଟକ ରଖି ଶରଣକୁଳ ପୋଲିସକୁ ଜିମା ଦେଇଥିଲେ l

ପୋଲିସ ଏହି ଘଟଣାରେ ରଙ୍କକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବାବେଳେ ନୟାଗଡ ଜ଼ିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବାରୁ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି l ପୂର୍ବରୁ ପରୀ, ସ୍ୱାତୀ ଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.