ETV Bharat / state

RPF କର୍ମଚାରୀଙ୍କୁ ହତ୍ୟା କରି ଛତିଶଗଡରେ ଝୁଲାଇ ଦେଲେ, ନୟାଗଡ ଥାନାରେ ମାମଲା

author img

By

Published : Oct 20, 2021, 4:43 PM IST

ସନ୍ଦେହଜନକ ଅବସ୍ଥାରେ RPF କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରିଥିଲେ ସୁଦ୍ଧା ଘଟଣାକୁ ୩ ଦିନ ବିତି ଯାଇଥିଲେ ବି ମୃତଦେହ ବ୍ୟବଚ୍ଛେଦ ହୋଇ ନଥିବା ନେଇ ପୋଲିସର ତଦନ୍ତରେ ପ୍ରଶ୍ନ ଉଠାଇଛନ୍ତି ପରିବାର । ଅଧିକ ପଢନ୍ତୁ...

RPF କର୍ମଚାରୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ନୟାଗଡ଼: ହତ୍ୟାକରି RPF କର୍ମଚାରୀଙ୍କୁ ଫ୍ୟାନରେ ଝୁଲାଇ ଦେଲେ ଦୁବୁର୍ତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ରାୟପୁର ସହରର ମହାଶମୁଣ୍ଡ ଜିଲ୍ଲାରେ । ସୂଚନାନୁସାରେ ମୃତକ ବ୍ୟକ୍ତି ଜଣକ ହେଉଛନ୍ତି RPF କର୍ମଚାରୀ ଆଲୋକ କୁମାର ସାହୁ । ଦୀର୍ଘ ଦିନ ସେ ମହାଶମୁଣ୍ଡ ଜିଲ୍ଲାର ରେଳ ଷ୍ଟେସନରେ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ଅଚାନକ ତାଙ୍କ ଭଡାଘରୁ ମୃତଦେହ ମିଳିଥିବା ଦେଖିବାକୁ ମିଳିଛି ।

ତେବେ ଆଲୋକଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିହରପୁର ଗାଁରେ ହୋଇଥିବା ଜଣାପଡିଛି l ଗତ 18ତାରିଖରେ ଆଲୋକଙ୍କ ମୃତଦେହ ଭଡାଘର ପଙ୍ଖାରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ମାତ୍ର ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟିହୋଇ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣାକୁ କେନ୍ଦ୍ରକରି ଆଲୋକଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା ପରେ ଫ୍ୟାନରେ ଝୁଲାଇ ଦେଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ୩ଦିନ ବିତିବାକୁ ବସିଥିଲେ ସୁଦ୍ଧା ମୃତଦେହର ବ୍ୟବଚ୍ଛେଦ ହୋଇ ପାରିନାହିଁ l ସେପଟେ ଏହି ଘଟଣାର ବିଧିବଦ୍ଧ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.