ETV Bharat / state

ଗଡଜାତରେ ରଥଯାତ୍ରା - ନୟାଗଡ

ନୟାଗଡ ଜିଲ୍ଲାର ବିଭିନ୍ନ ଗଡଜାତ ଅଞ୍ଚଳରେ ଘୋଷଯାତ୍ରା ଅନୁଷ୍ଠିତ । ନୟାଗଡ ସମେତ ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ଆଦି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jul 4, 2019, 11:25 PM IST

ନୟାଗଡ: ନୟାଗଡ ଜିଲ୍ଲାର ବିଭିନ୍ନ ଗଡଜାତ ଅଞ୍ଚଳରେ ଘୋଷଯାତ୍ରା ଅନୁଷ୍ଠିତ । ନୟାଗଡ ସମେତ ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ଆଦି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଅବିଭକ୍ତ ପୁରୀ ଜିଲ୍ଲାର ସବୁ ଗଡଜାତ ଅଞ୍ଚଳରେ ରଥଯାତ୍ରା ଏକ ପ୍ରମୁଖ ପ୍ରଥା ଭାବେ ପ୍ରଚଳିତ ହୋଇଆସୁଛି । ଦଶପଲ୍ଲାରୁ କାଠ ଗଲେ ରଥ ନିର୍ମାଣ ହୁଏ, ଯାହା ଜଗନ୍ନାଥ ସଂସ୍କୃତି ସହ ଜଡିତ । ଚଳିତବର୍ଷ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତ ନୟାଗଡରେ ସମାଗମ ହୋଇଥିବାବେଳେ, ଦ୍ୱିତୀୟ ଶ୍ରୀକ୍ଷେତ୍ରର ଦାବି କରୁଥିବା ରଣପୁରରେ ପ୍ରାୟ 20 ହଜାରରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିଲେ ।

ତେବେ ଏସବୁ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ରଥ ଟଣା ହୋଇଛି । ପୋଲିସ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସାହାଯ୍ୟ ଓ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ସରିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ଘୋଷ ଯାତ୍ରା ନୟାଗଡ଼ ରେ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ନୟାଗଡ଼ ଜିଲ୍ଲାର ଅନ୍ୟ ଗଡ଼ଜାତ ଅଂଚଳ ତଥା ଖଣ୍ଡପଡା, ନୟାଗଡ଼, ଦଶପଲ୍ଲା, ଓ ରଣପୁର ରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି ।

Body:ଆଷାଢ଼ ମାସର ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ରଥ ଯାତ୍ରା ନୟାଗଡ଼ ଜିଲ୍ଲାର ବିଭିନ ଗଡ଼ଜାତ ଅଂଚଳରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ତଥା ନୟାଗଡ଼ ଅଭିବକ୍ତ ପୁରୀ ଜିଲ୍ଲାର ସବୁ ଗଡ଼ଜାତ ଅଂଚଳରେ ରଥ ଯାତ୍ରା ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ପ୍ରଥା ପ୍ରଚଳିତ ହୋଇଅଛି , ଯାହା ଆଜିପର୍ଯ୍ୟନ୍ତ ଚାଲୁ ଅଛି । ତେବେ ଗଡ଼ଜାତ ରେ ଜଗନ୍ନାଥ ଏହି ମର୍ମରେ ନୟାଗଡ଼ ଜିଲ୍ଲା ଆଗରେ ରୁହେ । ଦଶପଲ୍ଲା ରୁ କାଠ ଗଲେ ରଥ ନିର୍ମାଣ ହୁଏ, ଯାହା ଜଗନ୍ନାଥ ସଂସ୍କୃତି ସହ ଜଡିତ । ତେଣୁ ନୟାଗଡ଼ ଜିଲ୍ଲାର ସବୁ ଗଡ଼ଜାତ ଅଂଚଳ ରେ ରଥ ଯାତ୍ରା ଏକ ପ୍ରମୁଖ ଅନୁଷ୍ଠାନ ରୂପେ ପରିଗଣିତ । ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ନୟାଗଡ଼ ରେ ସମାଗମ ହୋଇଥିବା ବେଳେ, ଦ୍ୱିତୀୟ ଶ୍ରୀକ୍ଷେତ୍ର ର ଦାବି କରୁଥିବା ରଣପୁର ରେ ପ୍ରାୟ 20 ହଜାର ରୁ ଉର୍ଢ଼ ଭକ୍ତ ମାନେ ସମାଗମ ହୋଇଥିଲେ । ଶାନ୍ତିଶୃଙ୍ଖଳା ସହ ରଥ ଟଣା ହୋଇଥିଲା । ପୋଲିସ, ଓ ବିଭିନ ସ୍ବେଚ୍ଛା ସେବୀ ଅନୁଷ୍ଠାନ ମାନଙ୍କର ସାହାଯ୍ୟ ଓ ସହଯୋଗ ରହିଥିବା ବେଳେ, ଲୋକ ମାନେ ବେଶ ଉତ୍ସାହିତ ହୋଇ ରଥ ଟାଣିଥିଲେ । ପାଗ ମଧ୍ୟ ବେଶ ଅନୁକୂଳ ଥିଲା ।

Conclusion:ବରଷକେ ଥରେ ଏହି ରଥ ଯାତ୍ରା ମହା ପର୍ବ ରେ ସାମିଲ ହେବା ପାଇଁ ପ୍ରତେକ ଓଡ଼ିଆ ଅପେକ୍ଷା କରିଥାଏ । ତେଣୁ ଭକ୍ତ ମାନେ ବେଶ ଉତ୍ସାହ ସହ ରଥ ଟାଣି ଥିଲେ । ତେବେ ମହିଳା ମାନେ ନୟାଗଡ଼ ରେ ସୁଭଦ୍ରା ଙ୍କ ରଥ କୁ ଟାଣି ନେଇଥିଲେ । ଯାହା ସମସ୍ତ ଆୟୋଜକ, ଭକ୍ତ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆନନ୍ଦ ଦେଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.