ETV Bharat / state

ପୌର ନିର୍ବାଚନ, ଦଶପଲ୍ଲା ଏନଏସିରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ - ଦଶପଲ୍ଲାରେ ପୌର ନିର୍ବାଚନ ନେଇ ପ୍ରାର୍ଥୀ ପ୍ରଚାର

ଆଉ ମାତ୍ର କିଛି ଘଣ୍ଟା ପରେ ଶେଷ ହେବ ପ୍ରଚାର ଯୁଦ୍ଧ। ଏନେଇ ଚାରିଆଡେ ବାତାବରଣ ସରଗରମ ରହିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ହାତେଇବା ପାଇଁ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

candidate campaigning for municipal election in dashpalla
ପୌର ନିର୍ବାଚନ, ଦଶପଲ୍ଲା ଏନଏସିରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ
author img

By

Published : Mar 22, 2022, 4:07 PM IST

ନୟାଗଡ଼: ଆଉ ମାତ୍ର କିଛି ଘଣ୍ଟା ପରେ ଶେଷ ହେବ ପୌର ନିର୍ବାଚନ ପାଇଁ ପ୍ରଚାର ଯୁଦ୍ଧ। ଏନେଇ ଚାରିଆଡେ ବାତାବରଣ ସରଗରମ ରହିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ହାତେଇବା ପାଇଁ ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

୨୦୧୪ ମସିହାରେ ଗଠିତ ଦଶପଲ୍ଲା ଏନଏସି ୧୬ଟି ୱାର୍ଡ ରହିଛି । ତେବେ ଏଥର ଦ୍ବିତୀୟ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି । ଚଳିତ ଥର ମୋଟ ୧୫,୨୯୪ ଜଣ ଭୋଟର ମତଦାନ କରିବେ । ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଦଶପଲ୍ଲାରେ ଅଧ୍ୟକ୍ଷା ପ୍ରାର୍ଥୀ ଦେବାରେ ଫେଲ ମାରିଛି କଂଗ୍ରେସ । କିନ୍ତୁ ଏଠାରେ ସ୍ବାଧୀନ ପ୍ରାର୍ଥୀଙ୍କ ଦବଦବା ଥିବା କୁହାଯାଉଛି l ଚଳିତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି କୁହାଯାଉଛି l ତେବେ ପ୍ରଚାର ରଣଭୂମିରେ ଶାସକ ଦଳ(BJD), ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର କସରତ ଦେଖିବାକୁ ମିଳିଛି ।

ପୌର ନିର୍ବାଚନ, ଦଶପଲ୍ଲା ଏନଏସିରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ

ଚଳିତ ବର୍ଷ ଏନଏସି ଅଧ୍ୟକ୍ଷ ଆସନ ମହିଳା ବର୍ଗଙ୍କ ପାଇଁ ସରଂକ୍ଷିତ ରହିଥିବା ବେଳେ ବିଜେପିରୁ ସୋନାଲିନ ଦଳାଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ବିଜେଡିରୁ ରାଣୀ ବେହେରା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ପୁନମ ପ୍ରିୟଦର୍ଶିନୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି l ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ବିରୋଧ କରୁଥିବା ଲୋକେ ସ୍ବାଧୀନ ପ୍ରାର୍ଥୀନୀଙ୍କୁ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି l ତେଣୁ ଦଶପଲ୍ଲାରେ ସ୍ବାଧୀନ ପ୍ରାର୍ଥୀ ବିଜୟ ନେଇ ଆଶାବାଦୀ ଅଛନ୍ତି । ଏହାରି ଭିତରେ ତିନି ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ହାତେଇବାକୁ ଲାଗିପଡ଼ିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.