ETV Bharat / state

ରକ୍ତ କର୍କଟ ଆକ୍ରାନ୍ତ ରବୀନ୍ଦ୍ରଙ୍କ ଦୁଃଖ କାହାଣୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ - ନୟାଗଡ ଖବର

ଜୀବନରେ ଦୁଃଖ କେତେବେଳେ ଆସିବ ତାହା କାହାକୁ ବା ଜଣା । ହସଖୁସିର ସଂସାରରେ କ୍ଷଣିକେ ଖେଳିଯାଇଛି ଦୁଃଖର କଳାବାଦଲ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର । ହସ ଖୁସିର ପରିବାରରେ ଏବେ ହଠାତ ଦୁଃଖ ଦେଖା ଦେଇଛି l ଅଧିକ ପଢନ୍ତୁ

ରକ୍ତ କର୍କଟ ରୋଗୀଙ୍କ ଦୁଃଖର କାହାଣୀ
ରକ୍ତ କର୍କଟ ରୋଗୀଙ୍କ ଦୁଃଖର କାହାଣୀ
author img

By

Published : May 9, 2022, 7:51 PM IST

ନୟାଗଡ: ଜୀବନରେ ଦୁଃଖ କେତେବେଳେ ଆସିବ ତାହା କାହାକୁ ବା ଜଣା । ହସଖୁସିର ସଂସାରରେ କ୍ଷଣିକେ ଖେଳିଯାଇଛି ଦୁଃଖର କଳାବାଦଲ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର । ହସ ଖୁସିର ପରିବାରରେ ଏବେ ହଠାତ ଦୁଃଖ ଦେଖା ଦେଇଛି । ଏ ଦୁଃଖ ଏପରି ଯାହା ଜୀଵନ ମରଣ ସହ ଜଡ଼ିତ । କୋରୋନା ମହାମାରୀ ପୀଡିତ ଥିବା ଗ୍ରାମବାସୀଙ୍କୁ ଯିଏ ସେବା ଯୋଗାଉଥିଲେ ଆଜି ସେ ସେବା ସହାୟତା ଅପେକ୍ଷାରେ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ l ଆମେ କହୁଛୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ କୋମଣ୍ଡ ଗାଁର ରବୀନ୍ଦ୍ର କୁମାର ପ୍ରଧାନ । ଯିଏ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ରକ୍ତ କର୍କଟରେ ଆକ୍ରାନ୍ତ ରବୀନ୍ଦ୍ରଙ୍କ ଦୁଃଖ କାହାଣୀ

କୋମଣ୍ଡ ଗାଁର ରବୀନ୍ଦ୍ର କୁମାର ପ୍ରଧାନ l ରକ୍ତ କର୍କଟରେ ପୀଡିତ ହୋଇ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି l ଏବେ ସେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି l ଏପଟେ ଗାଁରେ ବୃଦ୍ଧ ବାପା ମାଆ ପୁଅର ଆସିବା ବାଟକୁ ଅନାଇ ବସିଛନ୍ତି l ଘରେ ସାହାରା ବୋଲି କେହି ନାହାନ୍ତି l ଓଳିଏ ଖାଇଲେ ଆଉ ଓଳିଏକୁ ଉପାସ l ସାହି ପଡିଶାରୁ ଯିଏ ଯାହା ଦେଲେ ସେଥିରେ ଚଳୁଛନ୍ତି ବୃଦ୍ଧ ବାପା ମାଆ l ରବୀନ୍ଦ୍ରଙ୍କ 5 ବର୍ଷର ପୁଅ ଟିଏ ମଧ୍ୟ ଅଛି ବାପା ମାଆଙ୍କ ଆସିବା ବାଟକୁ ଚାହିଁ ବସିଛି l

ରବୀନ୍ଦ୍ର ଜଣେ ମିଷ୍ଟଭାଷୀ ମଣିଷ । ପାରାଦ୍ବୀପରେ ଏକ କମ୍ପାନୀରେ ଚାକିରୀ କରିଥିଲେ l ପରିବାର ଚଳାଇବାରେ ସକ୍ଷମ ଥିଲେ l ହେଲେ ହଠାତ ଦେହ ଖରାପ ଆରମ୍ଭ ହେଲା l ପ୍ରଥମେ ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖା କରିଥିଲେ । ହେଲେ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର l ଏବେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି ରବୀନ୍ଦ୍ର l ଅର୍ଥ ନଥିବାରୁ କେମୋ ଦିଆଯାଇପାରୁନି l ଫଳରେ ରବୀନ୍ଦ୍ରଙ୍କ ଦେହ ଅଧିକ ଅସୁସ୍ଥ ହେଉଛି l ରୋଗ ଭଲ ହେବା ପାଇଁ ହେଲେ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ l ଏଥିପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ ଥିବା ଡାକ୍ତର କହୁଛନ୍ତି l ଅଧିକ ଚିକିତ୍ସା ପାଇଁ ପ୍ରାୟ ୨୦ ରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି l ଏତେ ଟଙ୍କା କେଉଁଠୁ ଆଣିବେ ତାହାକୁ ନେଇ ଚିନ୍ତାରେ ପରିବାର ଲୋକେ l ଘରେ ଯାହା ଅର୍ଥ ଥିଲା ସବୁ ସରିଗଲାଣି l ପୁଅର ଚିକିତ୍ସା ପାଇଁ ଜମିବି ବିକା ସରିଛି l ଅର୍ଥ ଯୋଗଡ କରିପାରୁନାହାନ୍ତି ପରିବାର ।

ସରକାରୀ ସ୍ତରରୁ ଏପର୍ଯ୍ୟସ୍ତ କୌଣସି ସହାୟତା ମିଳି ପାରିନାହିଁ l ପରିବାର ଲୋକଙ୍କ ପାଖରେ ଯାହା ଟଙ୍କା ଥିଲା ତାହାକୁ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି l ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାରୁ ପରିବାର ଲୋକଙ୍କ ପାଖରେ ଏହା ସମ୍ଭବ ନୁହେଁ l ତେଣୁ ସରକାର ଏବଂ ବଦାନ୍ୟ ବ୍ୟକ୍ତିମାନେ ସାହାଯ୍ୟ ଓ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି ରବୀନ୍ଦ୍ରଙ୍କ ପରିବାର । ସ୍ବାମୀଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ ଓ ପରିବାର ଲୋକେ l ତେବେ ରବୀନ୍ଦ୍ରଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ଚାଁହୁଥିଲେ 95835176931 ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.