ETV Bharat / state

Lensman Manas Murder Case: ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିକଲା ପରିବାର - କ୍ରାଇମବ୍ରାଞ୍ଚ ଓଡିଶା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ତେବେ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଫାଶୀ ଦଣ୍ଡ ଦେବା ଲାଗି ପରିବାର ଲୋକେ ଦାବି କରିଛନ୍ତି । ଆଜି ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Cameraman Manash Swain Murder Mystery: ଅଭିଯୁକ୍ତ ଫାଶୀ ଦଣ୍ଡ ଦାବି କଲେ ପରିବାର ଲୋକେ

author img

By

Published : Mar 28, 2022, 10:12 PM IST

ନୟାଗଡ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ତେବେ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଫାଶୀ ଦଣ୍ଡ ଦେବା ଲାଗି ପରିବାର ଲୋକେ ଦାବି କରିଛନ୍ତି । ଆଜି ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ସେହିପରି ମାନସଙ୍କୁ ଯେପରି କଷ୍ଟ ଦେଇ ଅଭିଯୁକ୍ତ ମାନେ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି ପରିବାର ଲୋକେ । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ମାନସଙ୍କ ପରିବାର ଲୋକେ ।

Cameraman Manas Swain Murder Mystery: ଅଭିଯୁକ୍ତ ଫାଶୀ ଦଣ୍ଡ ଦାବି କଲେ ପରିବାର ଲୋକେ

ସେହିଭଳି ମାମଲାରେ ମନ୍ତ୍ରୀଙ୍କ ଲିଙ୍କ୍ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ସେମାନେଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁଯାୟୀ, କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ସାରା ରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଥିଲା । ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡି ପୋଖରୀ ଗାଁର ପଞ୍ଚାନନ ସ୍ୱାଇଁଙ୍କ ୨୮ ବର୍ଷୀୟ ପୁଅ ମାନସ ସ୍ୱାଇଁ ।

ତେବେ ଗତ ଫେବୃଆରୀ ୫ ତାରିଖରୁ ନିଖୋଜ ଥିଲେ ମାନସ । ପରେ ଚାନ୍ଦବାଲି ଏସଡିପିଓ, ଆଇଆଇସିଙ୍କ ସହ ରଣପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବଧି ପାଟଣା ଗାଁ ନିକଟ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଆଜି ପର୍ଯ୍ୟନ୍ତ ଫେରାର ଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.