ETV Bharat / state

ଧଳାଜହର ବେପାରୀ ଗିରଫ, ୨୬ଟି ବ୍ରାଉନସୁଗାର ପୁଡ଼ିଆ ଜବତ

author img

By

Published : Apr 10, 2021, 7:01 AM IST

ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର । ଗିରଫ ଅଭିଯୁକ୍ତ ଜଣଙ୍କ ସରୋଜ କୁମାର ବାରିକ । ତାଙ୍କ ଠାରୁ ୧ ଗ୍ରାମ ୮୦ ମିଲିଗ୍ରାମ ଜବତ କରିଛି । ଅଧିକ ପଢନ୍ତୁ...

ପୁଣି ବ୍ରାଉନସୁଗର ବ୍ୟବସାୟୀକୁ ଗିରଫ, ୨୬ ଟି ଧଳାଜହର ପୁଡ଼ିଆ ଜବତ

ନୟାଗଡ଼:ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନସୁଗାର କାରବାର । ପୋଲିସ ଜଣକ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରୁଛି। ନୟାଗଡ଼ ଟାଉନଥାନା ପୋଲିସ ପୁଣି ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ସରୋଜ କୁମାର ବାରିକ । ତାଙ୍କ ଠାରୁ ୧ ଗ୍ରାମ ୮୦ ମିଲିଗ୍ରାମ ଜବତ କରିଛି । ଖଣ୍ଡପଡ଼ା ରୋଡ଼ ମହାବୀର ପାଟଣାର ସରୋଜ କୁମାର ବାରିକ ସିନ୍ଦୁରିଆରେ ଘର ଭଡ଼ା ନେଇ ରହୁଥିଲେ ।

ସେଠାରେ ସେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ନେଇ ପୋଲିସ ସୂଚନା ପାଇବା ପରେ ଚଢ଼ାଉ କରିଥିଲା । ତା ନିକଟରେ ୨୬ଟି ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଛି । ଏନେଇ ଟାଉନଥାନାରେ ୭୩/୨୧ରେ ଗୋଟିଏ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.