ETV Bharat / state

ପ୍ରେମିକ ବିବାହ ଭୋଜିରେ ଧାରଣା ଦେଲା ପ୍ରେମିକା, ଆଉ ତାପରେ... - ଜେଲ୍ ଗଲା ପ୍ରେମିକ ନୟାଗଡ

ପ୍ରେମିକ ରିସେପ୍ସନ ଭୋଜିରେ ପ୍ରେମିକା ଧାରଣା ଦେବା ଘଟଣାରେ ପ୍ରେମିକ ଗିରଫ । ପ୍ରେମିକ ଗିରଫ ହେବା ପରେ ବେଲ୍ ପାଇଁ ପ୍ରେମିକା ଚେଷ୍ଟା କରିଥିବା ସୂଚନା । ଅଧିକ ପଢନ୍ତୁ...

ପ୍ରେମିକ ବିବାହ ଭୋଜିରେ ପ୍ରେମିକାର ଧାରଣା: ଜେଲ୍ ଗଲା ପ୍ରେମିକ

author img

By

Published : Jun 3, 2021, 2:19 PM IST

ନୟାଗଡ: ପ୍ରେମିକ ରିସେପ୍ସନ ଭୋଜିରେ ପ୍ରେମିକା ଧାରଣା ଦେବା ଘଟଣାରେ ପ୍ରେମିକ ଗିରଫ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ଯୁବତୀ ଲଭ୍ ସେକ୍ସ ଧୋକା ଅଭିଯୋଗ ଆଣି ପ୍ରେମିକର ବିବାହ ଭୋଜିରେ ଧାରଣା ଦେଇଥିଲେ l ଗତ ସୋମବାର ଘଟିଥିବା ଏହି ଘଟଣାରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ଇଟାମାଟି ଥାନାରେ ମାମଲା ରୁଜୁ ହେବା ପରେ ପ୍ରେମିକକୁ ଥାନାରେ ଅଟକ ରଖି ତଦନ୍ତ କରୁଥିଲା ପୋଲିସ l ପରେ ତାଙ୍କୁ ଗିରଫ କରି କୋର୍ଟ ପଠାଇଛି l

ପ୍ରେମିକ ବିବାହ ଭୋଜିରେ ପ୍ରେମିକାର ଧାରଣା: ଜେଲ୍ ଗଲା ପ୍ରେମିକ

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁରେ ଘଟିଛି ଏହି ଘଟଣା l ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁ ବାପୁନୀ ନାୟକଙ୍କ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବାପୁନୀ ବିବାହ କରିବାର ପ୍ରତିଶ୍ରୁତି ଦେଇ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା । କିନ୍ତୁ ପ୍ରାୟ ଗତ ଏକ ମାସ ହେବ ପ୍ରେମିକ ବାପୁନୀ ଉକ୍ତ ଯୁବତୀଙ୍କ ଫୋନ କଲ ନଉଠାଇବା ସହ କୌଣସି ଯୋଗାଯୋଗ ରଖିନଥିଲା । ପରେ ଯୁବତୀ ଜଣକ ବାପୁନୀର ବିବାହ ସରିଥିବା ଜାଣିବାକୁ ପାଇଥିଲା l ସେଥିପାଇଁ ସୋମବାର ସନ୍ଧ୍ୟାରେ ବାପୁନୀର ରିସେପସନ୍ ଭୋଜିରେ ସମସ୍ତେ ହର୍ଷଉଲ୍ଲାସ କରୁଥିବାବେଳେ ଯୁବତୀ ଜଣକ ତେନ୍ତୁଳିଆପଲ୍ଲୀ ଗାଁରେ ପହଞ୍ଚି ପ୍ରେମିକ ବାପୁନୀର ଘର ଆଗରେ ଧାରଣା ଦେଇଥିଲେ l

ଏନେଇ ଇଟାମାଟି ପୋଲିସ୍ ଖବର ପାଇ ବିବାହ ଭୋଜି ସ୍ଥଳରେ ପହଞ୍ଚିବା ସହ ପ୍ରେମିକ ବାପୁନୀ ଓ ପ୍ରେମିକା ଯୁବତୀକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ଯୁବତୀଙ୍କ ଅଭିଯୋଗ କ୍ରମେ ଇଟାମାଟି ଥାନାରେ କେସ ନଂ ୭୭/୨୧ ରେ ମାମଲା ରୁଜୁ କରାଯାଇ ପ୍ରେମିକ ବାପୁନୀକୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ ହୋଇଛି ବାପୁନୀ l ତେବେ ପ୍ରେମିକ ଗିରଫ ହେବା ବେଳେ ପ୍ରେମିକା କାନ୍ଦିବା ଘଟଣା ବେଶ ଚର୍ଚ୍ଚା ଧରିଛି l ଏପରିକି ପ୍ରେମିକ କିପରି ତୁରନ୍ତ ବେଲରେ ଆସିବେ ସେଥିପାଇଁ ପ୍ରେମିକା ଚେଷ୍ଟା କରୁଥିବା ଜଣାପଡ଼ିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.