ETV Bharat / state

ଏଥର ଅନଲାଇନରେ ହେବ ବୋଇତ ବନ୍ଦାଣ ଉତ୍ସବ

ଚଳିତ ବର୍ଷ ଅନଲାଇନରେ ହେବ ନୟାଗଡ଼ରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Nov 21, 2020, 4:59 PM IST

ଅନଲାଇନରେ ହେବ ବୋଇତ ବନ୍ଦାଣ ଉତ୍ସବ
ଅନଲାଇନରେ ହେବ ବୋଇତ ବନ୍ଦାଣ ଉତ୍ସବ

ନୟାଗଡ଼: ଅନଲାଇନରେ ହେବ ବୋଇତ ବନ୍ଦାଣ ଉତ୍ସବ। ନୟାଗଡ଼ରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଇଁ ଭିସି ଯୋଗେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କୋରୋନା ମହାମାରୀ ସମୟରେ କିଭଳି ଚଳିତ ବର୍ଷ ବୋଇତ ବନ୍ଦାଣ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ବୋଇତ ବନ୍ଦାଣ କମିଟି ସଭାପତି କିସାନ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ l

ପରମ୍ପରା ନ ଭାଙ୍ଗିବା ପାଇଁ ଚଳିତ ବର୍ଷ ଗୋଟିଏ ଦିନ ବୋଇତ ବନ୍ଦାଣ କରାଯିବ । ଏହି କାର୍ଯ୍ୟକ୍ରମକୁ ଲୋକମାନେ ଅନଲାଇନ ମାଧ୍ୟମରେ ଦେଖିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି l ଫେସବୁକ ଆଦି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଦର୍ଶକ ଦେଖିବାକୁ ବ୍ୟବସ୍ଥା କରାଯିବ l

କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଲୋକ ଏକାଠି ନହେବା ପାଇଁ କୁହାଯାଇଛି l ଏହି ବୈଠକରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.