ନୟାଗଡ଼: ଲଡୁବାବାଙ୍କ ପୀଠରେ ଅଘଟଣ । ଚାପ ଖେଳୁଥିବାବେଳେ ବୁଡ଼ିଗଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ । ନୟାଗଡ଼ ଜିଲ୍ଲା ପ୍ରସିଦ୍ଧ ଶରଣକୁଳ ଲଡ଼ୁବାବାଙ୍କ ଚାପ ଖେଳ ସମୟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଭଉଁରୀ ଯାତ୍ରା ଅବସରରେ ଗତକାଲି (ସୋମବାର) ରାତି 11.30 ସମୟରେ ଲଡ଼ୁବାବାଙ୍କ ମନ୍ଦିର ନିକଟରେ ଥିବା ପୋଖରୀରେ ଚାପ ଖେଳ ହେଉଥିଲା ।
୨ଟି ଡ଼ଙ୍ଗାରେ ପ୍ରଭୁ, ସେବାୟତ ଓ ଭକ୍ତ ବସିଥିଲେ। ଡ଼ଙ୍ଗାରେ ଅତ୍ୟଧିକ ଲୋକ ବସିବା ଯୋଗୁଁ ଡ଼ଙ୍ଗାରେ ପାଣି ପଶିଯାଇ ହଠାତ ବୁଡି ଯାଇଥିଲା । ସେବାୟତ ଓ ଭକ୍ତମାନେ ପହଁରି କୂଳକୁ ଆସିଥିଲେ । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ