ନୟାଗଡ଼: ମହାମାରୀ କାଳରେ ରକ୍ତଦାନ ଶିବିରରୁ 57 ୟୁନିଟ ରକ୍ତ ସଂଗ୍ରହ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାର କିଛି ଉଦ୍ୟମୀ ଯୁବକଙ୍କ ନିଜସ୍ବ ପ୍ରୟାସରେ ମଙ୍ଗଳବାର ଡିଆଇଟି ସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଯେଉଁଠାରୁ ମୋଟ 57 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
କୋରାନା ମହାମାରୀ ସମୟରେ ଅନେକ ସ୍ଥାନରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ଲୋକେ ରକ୍ତ ଦେବାକୁ ଡ଼ରୁଛନ୍ତି । ଯେଉଁମାନେ ରକ୍ତ ଦେବାକୁ ଚାହୁଁଛନ୍ତି, ସେମାନେ ଘରୁ ବାହାରକୁ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏଭଳି ସ୍ଥିତିରେ ରଣପୁର ବ୍ଲକ ରାଜସୁନାଖଳାର କିଛି ଯୁବକ ଏକ ମହାନ କାର୍ଯ୍ୟ କରିଛନ୍ତି । 'ୟୁନିଭର୍ସାଲ ୟୁଥ ମାସ୍' ନାମକ ଅନୁଷ୍ଠାନର ଏହି ଯୁବକମାନେ ନିଜସ୍ବ ପ୍ରୟାସରେ ରାଜସୁନାଖଳାର ଡିଆଇଟି ସ୍କୁଲ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜିତ କରିଛନ୍ତି । ଯେଉଁଠାରୁ ସ୍ବେଚ୍ଛାକୃତ ଭାବେ 57 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତଦାନ ଶିବିରକୁ ୟୁନିଭର୍ସାଲ ୟୁଥ ମାସର ମୁଖ୍ୟ ଜିତେନ୍ଦ୍ର କୁମାର ସାହୁ ଉଦଘାଟନ କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ