ETV Bharat / state

ଯଦୁପୁର ଅଭିମୁଖେ ବିଜେପିର ବିଶାଳ ପଦଯାତ୍ରା - BJP's padayatra towards jadupur

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଯଦୁପୁର ଅଭିମୁଖେ ବିଜେପିର ବିଶାଳ ପଦଯାତ୍ରା । ଅଧିକ ପଢନ୍ତୁ...

ଯଦୁପୁର ଅଭିମୁଖେ ବିଜେପିର ବିଶାଳ ପଦଯାତ୍ରା: ସ୍ୱାଗତ ପାଇଁ ଅପେକ୍ଷାରେ ନୟାଗଡ଼ ବିଜେପି

author img

By

Published : Dec 20, 2020, 8:02 PM IST

ନୟାଗଡ: ପରୀକୁ ନ୍ୟାୟ ଦାବିରେ ଭୁବନେଶ୍ବରରୁ ନୟାଗଡ ଯଦୁପୁର ଅଭିମୁଖେ ବାହାରିଛି ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ବର ଲିଙ୍ଗରାଜଙ୍କ ଠାରୁ ଆଜ୍ଞାମାଳ ନେଇ 5 ଦିନିଆ ପଦଯାତ୍ରାରେ ବିଜେପି ନୟାଗଡ ଆସୁଛି । ତେବେ ନୟାଗଡ଼ ଏବଂ ବିଭିନ୍ନ ଛକମାନଙ୍କରେ ଏହାକୁ ସ୍ବାଗତ କରିବାକୁ ବିଜେପି କର୍ମୀମାନେ ପ୍ରସ୍ତୁତ ହେଉଛନ୍ତି । ଆଜି(ରବିବାର) ଠାରୁ ଆସନ୍ତା 24 ତାରିଖ ଯାଏଁ ଏହି ପଦଯାତ୍ରା ଲାଗି ରହିବ ।

ଯଦୁପୁର ଅଭିମୁଖେ ବିଜେପିର ବିଶାଳ ପଦଯାତ୍ରା: ସ୍ୱାଗତ ପାଇଁ ଅପେକ୍ଷାରେ ନୟାଗଡ଼ ବିଜେପି

ଅନ୍ୟପକ୍ଷରେ ନୟାଗଡ଼ରେ ମଧ୍ୟ ବିଜେପିର ପ୍ରତିବାଦ ଜାରି ରହିଛି । ତେବେ ପ୍ରତିଦିନ ପ୍ରାୟ 200 କିମି ରାସ୍ତା ପଦଯାତ୍ରା କରିବ ବିଜେପି । ଆଜି ଭୁବନେଶ୍ବରରୁ ବାହାରି ଯାଆଁଳାରେ ରହିବ ଦଳ । 21 ତାରିଖ ଦିନ ଯାଆଁଳାରୁ ବାହାରି ସାରୁଅ, 22 ତାରିଖରେ ସାରୁଅରୁ ବୋଲଗଡ଼, 23 ରେ ବୋଲଗଡ଼ରୁ ଇଟାମାଟି ଏବଂ 25 ତାରିଖ ତଥା ଶେଷ ଦିନ ଇଟାମାଟିରୁ ଯଦୁପୁର ଠାରେ ଏହି ପଦଯାତ୍ରା ପହଞ୍ଚିବା ପରେ ଦଳ ପକ୍ଷରୁ ଏକ ବିଶାଳ ସମାବେଶ ଆୟୋଜନ କରାଯିବ ।

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ନୟାଗଡ ବିଧାୟକ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ଦାବିରେ ଅଟଳ ଅଛି ବିଜେପି । ଗତ ଜୁଲାଇ 14 ତାରିଖରେ ନୟାଗଡ ଯଦୁପୁର ଗାଁ ଦାଣ୍ଡରୁ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ପରୀ । ଏହାର 9 ଦିନ ପରେ ଜୁଲାଇ 23 ରେ ଘର ପଛପଟ ପୋଖରୀ କୂଳରୁ ପରୀର କଙ୍କାଳ ମିଳିଥିଲା । ଏପଟେ ପରୀ ହତ୍ୟାକାଣ୍ଡକୁ ନେଇ ତଦନ୍ତ ଜୋରଦାର କରୁଛି ଏସଆଇଟି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.