ETV Bharat / state

ଉନ୍ନତିମୂଳକ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ ଆଣି ନୟାଗଡରେ ଗର୍ଜିଲା ବିଜେପି

author img

By

Published : Sep 13, 2021, 12:58 PM IST

ନୟାଗଡ ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇନଥିବା ନେଇ ପ୍ରେସମିଟରେ ଅଭିଯୋଗ କଲା ବିଜେପି । ଅଧିକ ପଢନ୍ତୁ...

ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିର ପ୍ରେସ ମିଟ

ନୟାଗଡ଼: ବିଭିନ୍ନ ପ୍ରସଙ୍ଗ ନେଇ ନୟାଗଡ ଜିଲ୍ଲାରେ ବିଜେପି ପକ୍ଷରୁ ପ୍ରେସମିଟ । ପ୍ରେସମିଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ନୟାଗଡ଼ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ମନ୍ଥରତା ଠାରୁ ଆରମ୍ଭ କରି ସାର ଦୁର୍ନୀତି ପର୍ଯ୍ୟନ୍ତ ଏମିତି ଅନେକ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ସେହିପରି ନୟାଗଡ଼ର ଚିନିକଳ ଦୀର୍ଘ ଦିନ ହେବ ବନ୍ଦ ହୋଇପଡ଼ିଥିବା ବେଳେ କୃଷି ମନ୍ତ୍ରୀ ଅରୁଣ ସାହୁ ନିର୍ବାଚନରେ ଜିତିବାର ୭ ଦିନ ମଧ୍ୟରେ ଏହାକୁ ଚଲାଇବାର ପ୍ରତିଶୃତି ଦେଇଥିଲେ । ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏନେଇ ବିଜେପି ଲୋକଙ୍କୁ ଠକିଥିବା ବିଜେପି ଅଭିଯୋଗ ଆଣିଛି ।

ଡ. ଅରୁଣ ସାହୁ ନୟାଗଡ଼ର ବିଧାୟକ ହୋଇଥିଲେ ମଧ୍ୟ ଜିଲ୍ଲାରେ ଗୋଟେ ହେଲେ ନୂତନ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇନାହିଁ । ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଖୋଲିଛି ହେଲେ ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁଯୋଗ ପାଉନାହାନ୍ତି ଆଦି ଅନେକ ଦିଗକୁ ନେଇ ବିଜେପି ନେତ୍ରୀ ପ୍ରେସମିଟ ଯୋଗେ ଅଭିଯୋଗ ଆଣିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.