ETV Bharat / state

ନୟାଗଡରେ ବିଜେପିର ବିଶାଳ ପଦଯାତ୍ରା

author img

By

Published : Dec 24, 2020, 9:43 PM IST

Updated : Dec 24, 2020, 10:39 PM IST

ପଥପ୍ରାନ୍ତ ସଭା କରି ସରକାର ବିରୋଧରେ ବର୍ଷିଲା ବିଜେପି l ରାଜ୍ୟ ସଭାପତି ସମୀର ମହାନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ସମାଲୋଚନା କରିଥିଲେ l ଅଧିକ ପଢନ୍ତୁ...

ନୟାଗଡ଼ରେ ବିଜେପିର ବିଶାଳ ପଦଯାତ୍ରା
ନୟାଗଡ଼ରେ ବିଜେପିର ବିଶାଳ ପଦଯାତ୍ରା

ନୟାଗଡ଼: ନୟାଗଡ଼ରେ ଗର୍ଜିଲା ବିଜେପି l ପଥପ୍ରାନ୍ତ ସଭା କରି ସରକାର ବିରୋଧରେ ବର୍ଷିଲା l ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ବାହାରିଥିବା ବିଶାଳ ପଦଯାତ୍ରା ଆଜି(ଗୁରୁବାର) ନୟାଗଡ଼ରେ ପହଞ୍ଚିଥିଲା l ରାଜ୍ୟ ସଭାପତି ସମୀର ମହାନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ସମାଲୋଚନା କରିଥିଲେ l ଅରୁଣଙ୍କ ପୋଲିସ ପାୱାରକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା l

ନୟାଗଡ଼ରେ ବିଜେପିର ବିଶାଳ ପଦଯାତ୍ରା

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଏବଂ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କରିଥିଲା ବିଜେପି l ଯେପର୍ଯ୍ୟନ୍ତ ଦାବୀ ପୂରଣ ହୋଇନି ସେ ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ଆନ୍ଦୋଳନ ଜାରୀ ରହିବ ବୋଲି ବିଜେପି କହିଛି l

ନୟାଗଡ଼ ବସ ଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ସଭାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ସୁରମା ପାଢ଼ୀ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ନୟାଗଡ଼ ଜିଲ୍ଲା ସଭାପତି ଲାଲା ମନୋଜ ରାୟ ପ୍ରମୁଖ ଉପସ୍ଥିତ ଥିଲେ l

ଅସନ୍ତୁଷ୍ଟ ପରୀ ମା

ଅନ୍ୟପଟେ ଏସଆଇଟି ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ପୁଣି ସିବିଆଇ ତଦନ୍ତ ଦାବି ଦୋହରାଇଲେ ପରୀ ମା ସୌଦାମିନୀ ସାହୁ l SIT କହୁଥିବା ପ୍ରମାଣ କଣ ନ୍ୟାୟପାଳିକା ଗ୍ରହଣ କରିବ ବୋଲି ପ୍ରଶ୍ନ କରିଛନ୍ତି ପରୀ ମା l ପରୀର ଶବକୁ କେମିକାଲ ଦିଆଯାଇଛି କିନ୍ତୁ, SIT ଏହାକୁ ମନା କରୁଛି l ପରୀ 75% ପ୍ରତିଶତ ଶରୀର କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ପରୀ ମା l ପ୍ରକୃତ ଦୋଷୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ l SIT ଉପରେ ଅସନ୍ତୋଷ ଥିବା ପରୀ ମା କହିଛନ୍ତି

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 24, 2020, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.