ETV Bharat / state

ନୟାଗଡ଼ରେ ସମ୍ବିତ ପାତ୍ର, ବୁଥକୁ ବୁଥ ବୁଲି କଲେ ସମୀକ୍ଷା - sambit patra review meeting in nayagarh

ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ l ଅଧିକ ପଢନ୍ତୁ

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ

author img

By

Published : May 25, 2022, 2:10 PM IST

ନୟାଗଡ଼: ଜିଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ l ବୁଥକୁ ବୁଥ ବୁଲି କରିଛନ୍ତି ସମୀକ୍ଷା l ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ବୈଠକ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ଓଡ଼ଗାଁ ଓ ନୟାଗଡ଼ ବ୍ଲକର ବିଭିନ୍ନ କର୍ମୀଙ୍କ ଗହଣରେ ମାରାଥନ ବୈଠକ କରିବା ସହ ଆଗାମୀ ଦିନରେ ବିଜେପି ସଂଗଠନକୁ କିଭଳି ମଜବୁତ କରାଯାଇପାରିବ । ସେନେଇ ବୁଥ ସ୍ତରୀୟ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି l ଗତ ପଞ୍ଚାୟତ ନିର୍ବାଚନକୁ ନେଇ ସମୀକ୍ଷା କରାଯାଇଥିଲା l

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ

ପଞ୍ଚାୟତ ନିର୍ବାଚନରେ ବିଫଳତାର କାରଣ ଖୋଜି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ର । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ଇରାନୀ ରାୟ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଏହି ମାରାଥନ ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାସହ ବୁଥ ସ୍ତରୀୟ କର୍ମୀମାନଙ୍କ ଗହଣରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.