ETV Bharat / state

ନୟାଗଡରେ ଶାନ୍ତି-ପ୍ରଗତି-ସଂହତି ଆଣିବା ବିଜେଡିର ଲକ୍ଷ୍ୟ: କୃଷିମନ୍ତ୍ରୀ - BJD foundation day celebrated in nayagarh

ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସରେ କୃଷିମନ୍ତ୍ରୀ ଯୋଗଦେଇ ନୟାଗଡ଼ରେ ଶାନ୍ତି, ପ୍ରଗତି, ସଂହତି ଆଣିବା ବିଜେଡ଼ିର ଲକ୍ଷ୍ୟ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

BJD's goal to make progress in Nayagarh district: Minister Arun Sahoo
ନୟାଗଡ଼ରେ ଶାନ୍ତି-ପ୍ରଗତି-ସଂହତି ଆଣିବା ବିଜେଡ଼ିର ଲକ୍ଷ୍ୟ: କୃଷିମନ୍ତ୍ରୀ
author img

By

Published : Dec 26, 2020, 5:56 PM IST

ନୟାଗଡ଼: ଆଜି (ଶନିବାର) ବିଜୁ ଜନତା ଦଳର 24 ତମ ପ୍ରତିଷ୍ଠା ଦିବସ । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଜିଲ୍ଲାରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ କୃଷି ଓ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ଜିଲ୍ଲାରେ ଶାନ୍ତି, ପ୍ରଗତି ଓ ସଂହତି ଆଣିବାରେ ବିଜେଡ଼ି କାର୍ଯ୍ୟ କରୁଛି ବୋଲି କହିଛନ୍ତି ।

ନୟାଗଡ଼ରେ ଶାନ୍ତି-ପ୍ରଗତି-ସଂହତି ଆଣିବା ବିଜେଡ଼ିର ଲକ୍ଷ୍ୟ: କୃଷିମନ୍ତ୍ରୀ

ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର 24 ତମ ପ୍ରତିଷ୍ଠା ଦିନସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଦଳ ପକ୍ଷରୁ ଯୋଗ ଦେଇ ଜିଲ୍ଲାର ବିକାଶ ପାଇଁ ଦଳ କାର୍ଯ୍ୟ କରିବା ସହିତ ଏହାକୁ ଅଗ୍ରଣୀ ନିର୍ବାଚନମଣ୍ଡଳୀରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଶାସନ ପ୍ରତି ସାଧାରଣ ଜନତାଙ୍କର ଦିନକୁ ଦିନ ସମର୍ଥନ ବଢୁଛି l ସାଧାରଣ ଲୋକଙ୍କ ପିଇବା ପାଣିଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ ଓ 5T ମାଧ୍ୟମରେ ସାଧାରଣ ଜନତାଙ୍କୁ ସେମାନଙ୍କର ଅଧିକାର ଯୋଗାଇ ଦେବା ଏବଂ ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ପକ୍କା ଘର, ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ ଭଳି ଲୋକ ପ୍ରିୟ ଯୋଜନା, ସାଧାରଣ ଜନତାଙ୍କ ସମର୍ଥନ ଅଧିକ ଦଳପ୍ରତି ବଢିଥିବା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି l ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ଦଳୀୟ କର୍ମୀ ନିଷ୍ଠାପାର ଭାବେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.