ETV Bharat / state

BJDର ସ୍ବତନ୍ତ୍ର ଷ୍ଟ୍ରାଟେଜି: ଟିକେଟ ନମିଳିଲେ ବି ଦଳ ଛାଡିପାରିବେନି ଆଶାୟୀ ପ୍ରାର୍ଥୀ - ନିର୍ବାଚନ ପାଇଁ ବିଜେଡିର ସ୍ବତନ୍ତ୍ର ଷ୍ଟାଟେଜି

ତ୍ରିସ୍ତରୀୟ ନିର୍ବାଚନ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଛି ଶାସକ ଦଳ । ଫଳରେ ଟିକେଟ ନ ମିଳୁଥିବା ପ୍ରାର୍ଥୀ ଅସନ୍ତୁଷ୍ଟ ହୋଇଥିଲେ ମଧ୍ୟ ଦଳ ଛାଡିପାରିବେ ନାହିଁ । ଅଧିକ ପଢନ୍ତୁ

BJDର ସ୍ବତନ୍ତ୍ର ଷ୍ଟ୍ରାଟେଜି: ଟିକେଟ ନମିଳିଲେ ବି ଦଳ ଛାଡିପାରିବେନି ଆଶାୟୀ ପ୍ରାର୍ଥୀ

author img

By

Published : Jan 20, 2022, 1:04 PM IST

ନୟାଗଡ଼: ତ୍ରିସ୍ତରୀୟ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆଜି ଏବଂ କାଲି ସମୟ ଅଛି । ଏତେ କମ ସମୟ ମଧ୍ୟରେ ବିଜେପି କିମ୍ବା ବିଜେଡ଼ି ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଟିକେଟ ମିଳୁନଥିବା ପ୍ରାର୍ଥୀ ଅସନ୍ତୁଷ୍ଟ ହେଲେ ବି ଦଳ ନ ଛାଡ଼ିବା ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଛି ବିଜେଡି ।

BJDର ସ୍ବତନ୍ତ୍ର ଷ୍ଟ୍ରାଟେଜି: ଟିକେଟ ନମିଳିଲେ ବି ଦଳ ଛାଡିପାରିବେନି ଆଶାୟୀ ପ୍ରାର୍ଥୀ

ନୟାଗଡ଼ର 24ଟି ଜିଲ୍ଲା ପରିଷଦ ଆସନ ରହିଛି । ସେଥିମଧ୍ୟରୁ ପ୍ରାୟ 13ଟି ଜିଲ୍ଲା ପରିଷଦ ଆସନ ପାଇଁ କଂଗ୍ରେସ ଟିକେଟ ଦେଇସାରିଛି । ଅବଶିଷ୍ଟ ଆସନ ପାଇଁ ଟିକେଟ ବାକି ରଖିଛି । ଅନ୍ୟପକ୍ଷରେ ଜାଣିଶୁଣି ଉଭୟ ଦଳ ବିଜେପି ଏବଂ ବିଜେଡି ଖେଳୁଛନ୍ତି ମାଷ୍ଟରଷ୍ଟ୍ରୋକ । ନୟାଗଡ଼ ବିଜେଡ଼ି ତରଫରୁ 24 ଜିଲ୍ଲା ପରିଷଦ ଆସନ ପାଇଁ ଅନେକ ଆଶାୟୀ ଅଛନ୍ତି । କଳେବଳେ କୌଶଳେ ଟିକେଟ ପାଇବା ପାଇଁ କସରତ କରୁଛନ୍ତି । ଯଦି ବି କିଛି ବିଜେଡ଼ି ଆଶାୟୀଙ୍କୁ ଟିକେଟ ନ ମିଳେ ସେମାନେ ଦଳଡିଆଁ କରିପାରନ୍ତି ।

ସେଥିପାଇଁ ବିଜେଡ଼ି ମାଷ୍ଟରପ୍ଲାନ କରିଥିବା ନେଇ ଆଲୋଚନା ହେଉଛି । ଏମିତି ପ୍ଲାନ ଚାଲିଛି ଯେ, ଟିକେଟ ମିଳୁନଥିବା ପ୍ରାର୍ଥୀ ଅସନ୍ତୁଷ୍ଟ ହେଲେ ବି ଦଳ ଛାଡ଼ି ପାରିବେ ନାହିଁ । ଏଥିପାଇଁ ପାଇଁ ବିଜେଡ଼ି ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଥିବା କୁହାଯାଇଛି । ବିଜେଡି ଶେଷ ସମୟରେ ଟିକେଟ ଘୋଷଣା କଲେ, ଆଶାୟୀ ମାନେ ଅନ୍ୟ ଦଳକୁ ଯାଇପାରିବେ ନାହିଁ । ନିଜ ଦଳରେ ବାଧ୍ୟ ହୋଇ ରହିବେ ।

ବିଜେପି ମଧ୍ୟ ନିଜର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ବିଜେଡ଼ି ପ୍ରାର୍ଥୀଙ୍କୁ ଦେଖି ବିଜେପି ପ୍ରାର୍ଥୀଙ୍କୁ ବାଛିବା ମୁଡ଼ରେ ରହିଛି । ଏଣୁ ବିଜେଡି ଦଳରୁ ଟିକେଟ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥିବା ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି । ସେପଟେ ବିଜେଡି ଛାଡୁଥିବା ପ୍ରାର୍ଥୀଙ୍କୁ କୋଳେଇନେବାକୁ ଚାହିଁ ବସିଛି ବିଜେପି । ଏହାକୁ ନେଇ ରାଜନୈତିକ ସ୍ଥିତି କଣ ହେଉଛି ତାହା ଉପରେ ସଭିଁଙ୍କ ନଜର ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.