ETV Bharat / state

ବାଇକ-ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, 3 ଗୁରୁତର

author img

By

Published : Jun 9, 2021, 9:31 AM IST

ନୟାଗଡ ଜିଲ୍ଲାର ଭାପୁର ବ୍ଲକ କାଳିଗିରି ନଦୀ ନିକଟରେ ଦୁର୍ଘଟଣା । ବାଇକ-ଅଟୋ ମୁହାଁମୁହିଁରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଅଧିକ ପଢନ୍ତୁ...

ବାଇକ-ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ମୃତ, 3 ଗୁରୁତର

ନୟାଗଡ଼: ବାଇକ ଏବଂ ଡାଲା ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ସହ ଅନ୍ୟ 3 ଜଣ ଆହତ ହୋଇଛନ୍ତି l ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଭାପୁର ବ୍ଲକ କାଳିଗିରି ନଦୀ ନିକଟରେ । ଗଣିଆ ପଞ୍ଚାୟତ ପାଟଣା ସାହିର ସତ୍ୟ ବେହେରାଙ୍କ ପୁଅ ଅଶୋକ ବେହେରା ଏବଂ ସମ୍ପର୍କୀୟ ଭାଇ ଗୋପୀନାଥ ବେହେରା ବାଇକ ଯୋଗେ ଗତକାଲି ଅପରାହ୍ନରେ ନିଜ ଗ୍ରାମକୁ ଫେରୁଥିଲେ l ଭାପୁର ବ୍ଲକ ଛେଳିଆ ଗ୍ରାମରୁ ଏକ ଡ଼ାଲା ଅଟୋ କଳାପଥର ଅଭିମୁଖେ ଯାଉଥିଲା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା l କାଳୀଗିରି ନଦୀ ନିକଟରେ ଏହି ଦୁର୍ଘଟଣା ଘଟିଛି l

ଫଳରେ ବାଇକ ଚାଳକ ଅଶୋକ ବେହେରାଙ୍କ ମୃତ୍ୟୁ ହୋଇଛି l ଅଶୋକଙ୍କ ପଛରେ ବସିଥିବା ଗୋପୀନାଥ ବେହେରା, ଡାଲା ଅଟୋ ଡ୍ରାଇଭର ବିରଞ୍ଚି ନାରାୟଣ ପଣ୍ଡା ଏବଂ ଅଟୋରେ ବସିଥିବା ବଳରାମ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି l

ଆହତ 3 ଜଣଙ୍କୁ ପ୍ରଥମେ ଧଳାପଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ପରେ ସେମାନଙ୍କୁ ରାଜଧାନୀକୁ ସ୍ଥାନାନ୍ତର କରାଯାଇଛି l ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି l ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.