ETV Bharat / state

ଭାଟସାହି ସରପଞ୍ଚଙ୍କ ମହାନତା, ମେଡିକାଲକୁ ପ୍ରଦାନ କଲେ 20 ସିଲିଣ୍ଡର

author img

By

Published : Jun 11, 2021, 9:27 PM IST

ନୟାଗଡ଼ର ଭାଟସାହିର ସରପଞ୍ଚ ଜିଲ୍ଲା ମୁଖ୍ୟ ମେଡିକାଲକୁ 20ଟି ସିଲିଣ୍ଡର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଭାଟସାହି ସରପଞ୍ଚଙ୍କ ମହାନତା, ଚିକିତ୍ସାଳୟକୁ ପ୍ରଦାନ କଲେ 20 ସିଲିଣ୍ଡର

ନୟାଗଡ଼: ନୟାଗଡର ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁଙ୍କୁ ନେଇ ପୁଣି ଚର୍ଚ୍ଚା । କିଛି ଦିନ ପୂର୍ବେ ମେଡ଼ିକାଲକୁ ଆମ୍ବୁଲାନ୍ସ ପ୍ରଦାନ କରିଥିବାବେଳେ ଶୁକ୍ରବାର 20ଟି ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର ପ୍ରଦାନ କରିଛନ୍ତି । ସରପଞ୍ଚଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

କୃଷି ଏବଂ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ, ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଏବଂ ଡ଼ିଏଫଓ ଧନରାଜ ଏଚଡ଼ିଙ୍କ ଉପସ୍ଥିତିରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ସରପଞ୍ଚ କିଶୋର ସିଲିଣ୍ଡର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସେ ଏହି ସିଲିଣ୍ଡରଗୁଡିକୁ ପ୍ରଦାନ କରିଥିବା କହିଛନ୍ତି । କୋରୋନା ମହାମାରୀ ମୁକାବିଲାରେ ସେ ଗୁଣ୍ଡୁଚିମୂଷା ଭଳି କାମ କରୁଛି ବୋଲି କହିଛନ୍ତି କିଶୋର ।

ଜିଲ୍ଲାରେ ଅକ୍ସିଜେନ ଅଭାବ ଦୂର ହୋଇପାରିବ ଏବଂ କୋରୋନାରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇପାରିବା ନେଇ ଆଶା ରଖିଛନ୍ତି କିଶୋର । ସରପଞ୍ଚ କିଶୋର ପ୍ରଦାନ କରିଥିବା 20ଟି ସିଲିଣ୍ଡରକୁ ଜିଲ୍ଲାରେ ଥିବା କୋଭିଡ଼ କେୟାର ସେଣ୍ଟରକୁ ଦିଆଯିବ ବୋଲି ସୂଚନା ମିଳିଛି । ସରପଞ୍ଚ କିଶୋରଙ୍କ ଏଭଳି ମହାନତାକୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.