ନୟାଗଡ: ଗାର୍ଡୱାଲ ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ଆତ୍ମସାତ କଲେ ପଞ୍ଚାୟତର ଅଧିକାରୀ । ଦୀର୍ଘ ୩ଦିନ ହେବ ପଞ୍ଚାୟତରେ ତାଲା ପକାଇ ଅହୋରାତ୍ର ଧାରଣାରେ ବସିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଉଁଶବାଟି ପଞ୍ଚାୟତର ବାସିନ୍ଦା । ତେବେ ପଞ୍ଚାୟତର ଆଦିବାସୀ ସାହି ଠାରୁ ନଟବରପୁର ଗ୍ରାମରାସ୍ତାରେ ଗାର୍ଡୱାଲ ନିର୍ମାଣ ପାଇଁ ୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ଉକ୍ତ ରାସ୍ତାରେ ଆଦୌ କାମ ନକରି ଜାଲ୍ ବିଲ ଯୋଗେ ଚଞ୍ଚକତା କରି ସମସ୍ତ ଟଙ୍କା ଉଠାଇ ନିଆଯାଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।
ତେବେ ଏହାର ପ୍ରତିବାଦରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ଏଯାଏଁ କୌଣସି ସୁଫଳ ମିଳୁନଥିବାରୁ ଗତ ୩ଦିନ ଧରି ପଞ୍ଚାୟତରେ ତାଲା ପକାଇ ଅହୋରାତ୍ର ଧାରଣାରେ ବସିଛନ୍ତି ଅଞ୍ଚଳବାସୀ ।
ସେପଟେ ଏ ଦିଗରେ ଗାର୍ଡୱାଲ ନିର୍ମାଣ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ଏହି ଧାରଣା ଅନିର୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ