ETV Bharat / state

ନଦୀଜଳରେ ମାଆ ହାତରୁ ଖସିପଡିଲେ ୨ ବର୍ଷର ଶିଶୁକନ୍ୟା, ମୃତଦେହ ଉଦ୍ଧାର

author img

By

Published : Sep 5, 2022, 12:35 PM IST

ନୟାଗଡରେ ଦୁଃଖଦ ଘଟଣା । ଅସାବଧାନତା କାରଣରୁ ମାଆ ହାତରୁ ଖସିପଡିଲେ ଶିଶୁକନ୍ୟା । ଦୁଆଣ୍ଟ ନଦୀରେ ଭାସିଯାଇ ୨ ବର୍ଷର ଶିଶୁକନ୍ୟା ମୃତ । ଅଧିକ ପଢନ୍ତୁ

ଦୁଆଣ୍ଟ ନଦୀରେ ଅଘଟଣ, ନଦୀରେ ଭାସିଯାଇ ୨ ବର୍ଷର ଶିଶୁକନ୍ୟା ମୃତ

ନୟାଗଡ଼: ଦୁଆଣ୍ଟ ନଦୀରେ (Duanto River) ଅଘଟଣ । ଗାଧୋଇବା ବେଳେ ନଦୀରେ ଭାସିଗଲା ୨ ବର୍ଷର ଶିଶୁକନ୍ୟା । ଅସାବଧାନତା କାରଣରୁ ଶିଶୁଟି ଭାସି ଯାଇ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଗୌଡ଼ପୁଟ ଦୁଆଣ୍ଟ ନଦୀରେ । ଶିଶୁ କନ୍ୟା ଜଣଙ୍କ ସ୍ଥାନୀୟ ଗୌଡ଼ପୁଟ ଜଗନ୍ନାଥ ସାହିର ଶାନ୍ତିଲତା ବାରିକଙ୍କ ଝିଅ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ପରିତ୍ୟକ୍ତ କୂଅରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମିଳିଥିବା ସୂଚନା ଅନୁସାରେ, ଗୌଡ଼ପୁଟ ଜଗନ୍ନାଥ ସାହିର ଶାନ୍ତିଲତା ବାରିକ ଝିଅ ଶ୍ରଦ୍ଧାଞ୍ଜଳୀକୁ ନେଇ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ l କିନ୍ତୁ ଅସାବଧାନତା ବଶତଃ ପିଲାଟି ଶାନ୍ତିଲତାଙ୍କ ହାତରୁ ନଦୀରେ ଖସି ପଡି ଭାସି ଯାଇଥିଲା । ପରେ ଶାନ୍ତିଲତା ଝିଅକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ ଓ ପରେ ନପାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜା ଖୋଜି ପରେ ୧୦୦ ମିଟର ଦୂର ଏକ ବ୍ରିଜରେ ଶିଶୁକନ୍ୟାଙ୍କୁ ପାଇଥିଲେ । ତେବେ ଶିଶୁ କନ୍ୟାକୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ, ଡାକ୍ତର ମୃତ ତାଙ୍କୁ ଘୋଷଣା କରିଛନ୍ତି ।

ନୟାଗଡ଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.