ନୟାଗଡ଼: ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ବିବାଦ ଘେରରେ ଥିବା ଅବକାରୀ SI ଧନଞ୍ଜୟ ପାତ୍ରଙ୍କ ବଦଳି ହୋଇଛି । ଗଞ୍ଜାମ ଜିଲ୍ଲାକୁ ବଦଳି କଲେ କମିଶନର । ତାଙ୍କ ସ୍ଥାନରେ ଅବକାରୀ SI ନବସ୍ମିତା ନାୟକ ଯୋଗଦେବେ ବୋଲି ସୂଚନା ମିଳିଛି l
ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ବିବାଦୀୟ ଥିଲେ ଧନଞ୍ଜୟ l ଗତମାସ 25 ତାରିଖରେ ଅବକାରୀ କାର୍ଯ୍ୟାଳୟକୁ ମଦ ଜବତ ଘଟଣାରେ ଖବର ସଂଗ୍ରହ କରିବାକୁ ନୟାଗଡ଼ର 2 ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଯାଇଥିଲେ l ସେଠାରେ ଭିଡ଼ିଓ ଉତ୍ତୋଳନ କରିବା ସମୟରେ ସମ୍ପୃକ୍ତ SI ଜଣଙ୍କ 2 ବରିଷ୍ଠ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା । ପରେ ସମ୍ପୃକ୍ତ ସବ ଇନସିପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକଙ୍କ ସମେତ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା । ଶେଷରେ ଆଜି ତାଙ୍କର ବଦଳି ହୋଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ