ETV Bharat / state

ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ଅରୁଣ-ରମେଶ - ବିଜୟ ପ୍ରମାଣପତ୍ର

ବିଜୟ ପରେ ଅରୁଣ ତାଙ୍କର ନିର୍ବାଚନ ଜିତିବାର ପ୍ରମାଣ ପତ୍ର ଉପଜିଲ୍ଲାପାଳ ଜିତେନ୍ଦ୍ର ସାହୁଙ୍କଠାରୁ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ନୟାଗଡ
author img

By

Published : May 25, 2019, 10:23 AM IST

ନୟାଗଡ: ଚତୁର୍ଥ ଥର ପାଇଁ ବିଧାୟକ ଭାବେ ଅରୁଣ ସାହୁ ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ଅରୁଣ ତାଙ୍କର ନିର୍ବାଚନ ଜିତିବାର ପ୍ରମାଣ ପତ୍ର ଉପଜିଲ୍ଲାପାଳ ଜିତେନ୍ଦ୍ର ସାହୁଙ୍କଠାରୁ ଗ୍ରହଣ କରିଛନ୍ତି

2004 ମସିହାରୁ ଲଗାତାର ବିଜୁ ଜନତା ଦଳପକ୍ଷରୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିବା ଅରୁଣ ନବୀନ ପଟନାୟକଙ୍କ ସରକାରରେ ବହୁ ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳି ସାରିଛନ୍ତି ।

ଅରୁଣ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ନାରୀନେତ୍ରୀ ଇରାନୀ ରାୟଙ୍କ ଠାରୁ 15,122 ଖଣ୍ଡ ଭୋଟରେ ଜିତିଛନ୍ତି । ଅରୁଣ ସାହୁ ମୋଟ 81,224 ଖଣ୍ଡ ଭୋଟ ପାଇଥିବା ବେଳେ ଇରାନୀ ରାୟ 66,102 ଖଣ୍ଡ ଭୋଟ ପାଇଛନ୍ତି ।

ସେହିପରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପାର୍ଥି ରମେଶ ଚନ୍ଦ୍ର ବେହେରା ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପାର୍ଥି ତଥା ପୂର୍ବତନ ବିଜେଡ଼ି ବିଧାୟକ ପୂର୍ଣଚନ୍ଦ୍ରଙ୍କୁ 34,821 ଖଣ୍ଡ ଭୋଟରେ ହରାଇଛନ୍ତି ।

ରମେଶ ଶୁକ୍ରବାର ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ଦାସଙ୍କଠାରୁ ତାଙ୍କର ସାର୍ଟିଫିକେଟ ଗ୍ରହଣ କରିଛନ୍ତି ।

ନୟାଗଡରୁ ଉତ୍ପଳ କୁମାର ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.