ନୟାଗଡ଼: ଅରୁଣ ବୋଥ୍ରାଙ୍କ ପ୍ରେସ ମିଟ ପରେ ମୁହଁ ଖୋଲିଲେ ପରୀ ମା' ସୌଦାମିନୀ ସାହୁ l କହିଲେ ଦୁଷ୍କର୍ମ କଥା ଭିତ୍ତିହୀନ । ପ୍ରେସ ମିଟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଛି ବୋଲି କହିଛନ୍ତି ଅରୁଣ l ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କହିଛନ୍ତି ଅରୁଣ ବୋଥ୍ରା l ଅନ୍ୟପକ୍ଷେ ମୋ ଝିଅକୁ ଦୁଷ୍କର୍ମ କରାଯାଇନାହିଁ, ଏହା ଭିତ୍ତିହୀନ ଅଟେ ବୋଲି କହିଛନ୍ତି ପରୀଙ୍କ ମା’ ସୌଦାମିନୀ ସାହୁ ।
ସୌଦାମିନୀଙ୍କ କହିବା କଥା ହେଲା ଅରୁଣ ବୋଥ୍ରା କରିଥିବା ପ୍ରେସମିଟରେ ଅରୁଣ ଯାହା ସବୁ କହିଛନ୍ତି, ତାହା ସବୁ ଭାବି ଚିନ୍ତି ଏକ କାହାଣୀ କୁହାଯାଇଛି । ଅରୁଣଙ୍କ ପ୍ରତିଟି ଧାଡି ମିଥ୍ୟା ଭଳି ମନେ ହେଉଛି । ଗିରଫ ହୋଇଥିବା ଅଭିଯୁକ୍ତ ନୀରିହ ବୋଲି କହିଛନ୍ତି ପରୀ ମାଆ । ଅସଲ ଦୋଷୀଙ୍କୁ ଘଣ୍ଟ ଘଡେଇବାକୁ ଚେଷ୍ଟା କରାଯାଉଛି । ଏଥିରେ କିଛି କୁଜି ନେତା ସାମିଲ ଅଛନ୍ତି । ଗିରଫ ହୋଇଥିବା ଯୁବକକୁ ଫସେଇଦିଆଯାଇଛି ବୋଲି କହିଲେ ପରୀ ମାଆ । ତେଣୁ ଏହି ମାମଲାକୁ ସିବିଆଇ ତଦନ୍ତ କରାଗଲେ ଅସଲ ତଥ୍ୟ ପର୍ଦ୍ଦାଫାଶ ହେବ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ