ETV Bharat / state

ଛଟେଇ ପ୍ରତିବାଦରେ CDMOଙ୍କ ଦ୍ବାରସ୍ଥ ହେଲେ ANM ଛାତ୍ରୀ - ଶପଲ୍ଲାରେ ଏଏନଏମ ଛାତ୍ରୀଙ୍କୁ ଛଟେଇ

ନୟାଗଡ଼ ଦଶପଲ୍ଲା ଏଏନଏମ ଛାତ୍ରୀ ଛଟେଇ ହୋଇଥିବା ଅଭିଯୋଗ କରି ସିଡିଏମଓଙ୍କ ଦ୍ବାରସ୍ଥ ହୋଇ ପୁନଃନିଯୁକ୍ତି ଦାବି କରିଛନ୍ତି । ଅଧିକ ପଢନ୍ତୁ

ଚାକିରୀରୁ ଛଟେଇ ପ୍ରତିବାଦରେ CDMOଙ୍କ ଦ୍ବାରସ୍ଥ ହେଲେ ANM ଛାତ୍ରୀ

author img

By

Published : May 2, 2022, 8:50 PM IST

Updated : May 3, 2022, 3:16 PM IST

ନୟାଗଡ଼: ଜିଲ୍ଲାର ଦଶପଲ୍ଲାରେ ANM ଛାତ୍ରୀଙ୍କୁ ଚାକିରୀରୁ ଛଟେଇ କରାଯାଇଛି । ଏହାର ପ୍ରତିବାଦରେ ସିଡିଏମଓ (CDMO)ଙ୍କ ଦ୍ବାରସ୍ଥ ହୋଇଛନ୍ତି ଛଟେଇ ହୋଇଥିବା ଛାତ୍ରୀ । ଛାତ୍ରୀମାନେ ସିଡିଏମଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

ଚାକିରୀରୁ ଛଟେଇ ପ୍ରତିବାଦରେ CDMOଙ୍କ ଦ୍ବାରସ୍ଥ ହେଲେ ANM ଛାତ୍ରୀ

କୋରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଛାତ୍ରୀମାନେ ରୋଗୀଙ୍କ ସେବା କରିଥିଲେ । ଟୀକାକରଣରେ ସାମିଲ ହୋଇ ଏହାକୁ ତ୍ବରାନ୍ବିତ କରିଥିଲେ । ହେଲେ ସେମାନଙ୍କୁ ବିନା କାରଣରେ ଚାକିରୀରୁ ଛଟେଇ କରିଦିଆଯାଇଥିବା ଅଭିଯୋଗ ହୋଇଛି l ଦଶପଲ୍ଲା ଅଞ୍ଚଳର ଏକ ଆଉଟ ସୋରସିଂ ସଂସ୍ଥାକୁ ନିଯୁକ୍ତି ପ୍ରଦାନ ପାଇଁ ଦାୟିତ୍ବ ଦିଆଯାଇଛି ।

କିନ୍ତୁ ଏହି ସଂସ୍ଥା ନିଯୁକ୍ତିରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି l ମେଧାବୀ ଅଭିଜ୍ଞ ଛାତ୍ରୀଙ୍କୁ ନିଯୁକ୍ତି ନ ଦେଇ ଟଙ୍କା ଦେଇଥିବା ଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ ଏବଂ ପୁନଃ ନିଯୁକ୍ତି ପାଇଁ ଅଭିଯୋଗପତ୍ର ନୟାଗଡ଼ ସିଡ଼ିଏମଓଙ୍କୁ ପ୍ରଦାନ କରାଯାଇଛି । ଏଥିପ୍ରତି ଦୃଷ୍ଟି ଦେଇ ଏଏନଏମ ଛାତ୍ରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : May 3, 2022, 3:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.