ETV Bharat / state

ଶୁଣିଲାନି ପ୍ରଶାସନ; ରାସ୍ତା ପାଇଁ 17 ଖଣ୍ଡ ଗ୍ରାମବାସୀଙ୍କ ରାଜରାସ୍ତା ଅବରୋଧ - villagers protest

ହାତରେ ଠେଙ୍ଗା, ଆଉ ରାସ୍ତାରେ ଗଛ କାଟି ରାଜରାସ୍ତାକୁ ଓହ୍ଲାଇଛନ୍ତି 17 ଖଣ୍ଡ ଗ୍ରାମବାସୀ । ନୟାଗଡ଼ ଜିଲ୍ଲା ବଳଭଦ୍ରପୁରରେ ଦେଖିବାକୁ ମିଳିଛି ଏହି ଘଟଣା । ଅଧିକ ପଢନ୍ତୁ:

ଶୁଣିଲାନି ପ୍ରଶାସନ; ରାସ୍ତା ପାଇଁ ରାସ୍ତା ଅବରୋଧ 17ଖଣ୍ଡ  ଗ୍ରାମବାସୀ

author img

By

Published : Feb 5, 2021, 12:53 PM IST

ନୟାଗଡ: ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ରାସ୍ତା ଅବରୋଧ କଲେ 17 ଖଣ୍ଡ ଗ୍ରାମବାସୀ । ଗଛ କାଟି ହାତରେ ଠେଙ୍ଗାବାଡି ଧରି ନିଜ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ୨ ରୁ ୩ ବର୍ଷ ତଳେ ନୟାଗଡ଼ ଜିଲ୍ଲା ବଳଭଦ୍ରପୁରରୁ ଢିପାମାଳ ରାସ୍ତା ପାଇଁ 4 କୋଟି ଟଙ୍କା ମଞ୍ଜୁର ହୋଇଥିଲା l ଗୁଡ଼ୁପାଙ୍ଗି ମଧ୍ୟରେ ରାସ୍ତା ନେବାପାଇଁ ଗଡୁପାଙ୍ଗି ଗ୍ରାମବାସୀମାନେ ଦାବି କରିଥିଲେ l ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ସମାଧାନ ବାଟ ପ୍ରସ୍ତୁତ କରିପାରିଲା ନାହିଁ l ଯାହାକୁ ନେଇ ଆନ୍ଦୋଳନ କରିଛନ୍ତି ଚାଷୀ ।

ଶୁଣିଲାନି ପ୍ରଶାସନ; ରାସ୍ତା ପାଇଁ ରାସ୍ତା ଅବରୋଧ 17ଖଣ୍ଡ ଗ୍ରାମବାସୀ

ଏହି ରାସ୍ତା ଉପରେ 20ଖଣ୍ଡ ଗ୍ରାମବାସୀ ନିର୍ଭର କରିଥିବାରୁ ଆଜି ସକାଳୁ ସମସ୍ତେ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗଛ କାଟି ରାସ୍ତା ଅବରୋଧ କରିଛନ୍ତି l ଯେ ପର୍ଯ୍ୟନ୍ତ ପ୍ରଶାସନ ଏହାର ସମାଧାନ କରିନାହିଁ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଭବିଷ୍ୟତରେ ଜିଲ୍ଲାପାଳ ଅଫିସ ଘେରାଓ କରାଯିବ ସହ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କହିଛନ୍ତି ଗ୍ରାମବାସୀ । ଏପର୍ଯ୍ୟନ୍ତ କୌଣସି ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.