ETV Bharat / state

ବିଏମସିରେ ଚାକିରି ଦେବା ନାଁରେ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ୱର ବିଏମସିରେ ଚାକିରୀ କରାଇ ଦେବାକୁ କହି 6 ଲକ୍ଷ 50 ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି । ମାମଲାରେ 3 ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ତେବେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିଏମସିରେ ଚାକିରି ଦେବା ନାଁରେ 6ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ

author img

By

Published : Nov 7, 2020, 6:44 PM IST

ନୟାଗଡ: ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ଭୁବନେଶ୍ୱର ବିଏମସିରେ ଚାକିରୀ କରାଇ ଦେବାକୁ କହି 6 ଲକ୍ଷ 50 ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି । ଘଟଣାରେ ଏକ ଠକ ଗ୍ୟାଙ୍ଗକୁ ଅଟକ ରଖିଛି ଶରଣକୂଳ ଥାନା ପୋଲିସ । ମାମଲାରେ 3 ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ତେବେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।

ବିଏମସିରେ ଚାକିରି ଦେବା ନାଁରେ 6ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ

ସୂଚନା ଅନୁସାରେ, ମୋନାଲି ପ୍ରିୟଦର୍ଶିନୀଙ୍କୁ ତାଙ୍କ ସାଙ୍ଗ ଅଭିଜିତ ବିଏମସିରେ ଚାକିରୀ କରିଥିବା କହିଥିଲେ । ଏଥିପାଇଁ ତାଙ୍କ ଠାରୁ 2 ଲକ୍ଷ ଟଙ୍କା ନେଇଯାଇଥିଲେ । ପରେ ସେଠାରେ ତାଙ୍କ ସାନଭାଇ ଓ ଅନ୍ୟ ସାଙ୍ଗମାନଙ୍କୁ ଚାକିରୀ କରାଇ ଦେବାକୁ କହି 6 ଲକ୍ଷ 50 ହଜାର ଟଙ୍କା ନେଇଯାଇଥିଲେ । ଆଉ କିଛି ଦିନ ପରେ ପୋଷ୍ଟାଲରେ ବିଏମସିର ନିଯୁକ୍ତି ଚିଠି ତାଙ୍କ ଘରେ ପହଞ୍ଚିଥିଲା । ହେଲେ ଦିନ ଗଡିବା ସହ ମୋନାଲିଙ୍କୁ ଓ ଅନ୍ୟମାନଙ୍କୁ ନିଯୁକ୍ତି ନମିଳିବାରୁ ସେ ଏବାବଦରେ ନିଜ ବନ୍ଧୁଙ୍କୁ ପଚାରିଥିଲେ । ଠକ ଅଭିଜିତ୍ କୋର୍ଟରେ ଷ୍ଟେ ଅର୍ଡର ଲାଗିଥିବା କହିଥିଲେ । ଅଭିଜିତଙ୍କ କଥା ମୋନାଲିଙ୍କୁ ସନ୍ଦେହରେ ପକାଇଥିଲା । ପରେ ସେ ଅଭିଜିତକୁ ଧରି ପୋଲିସ ଜିମାରେ ଦେବା ପରେ ନିଜେ ନିଯୁକ୍ତି ପତ୍ର ତିଆରି କରି ଏଭଳି କରିଥିବା କହିଥିଲା ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.