ETV Bharat / state

ନଭେମ୍ବର ୨୬ରେ ସାଧାରଣ ଧର୍ମଘଟ ସଫଳ କରିବାକୁ ବିଭିନ୍ନ ସଂଗଠନର ଆହ୍ୱାନ - ସର୍ବ ଭାରତୀୟ ଶ୍ରମିକ ସଂଗଠନ

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସର୍ବ ଭାରତୀୟ ଶ୍ରମିକ ସଂଗଠନ, କୃଷକ ସଂଗଠନ, କର୍ମଚାରୀ ସଂଗଠନ, ବ୍ୟାଙ୍କ ବୀମା ଭଳି ଆର୍ଥିକ ସଂଗଠନଗୁଡିକର ଆହ୍ବାନ କ୍ରମେ ଆସନ୍ତା ନଭେମ୍ବର ୨୬ରେ ପାଳନ ହେବ ସର୍ବଭାରତୀୟ ସାଧାରଣ ଧର୍ମଘଟ । ଅଧିକ ପଢନ୍ତୁ...

ନଭେମ୍ବର ୨୬ରେ ସାଧାରଣ ଧର୍ମଘଟ ସଫଳ କରିବାକୁ ଆହ୍ୱାନ

author img

By

Published : Nov 16, 2020, 1:48 AM IST

ନୟାଗଡ଼଼: ସର୍ବ ଭାରତୀୟ ଶ୍ରମିକ ସଂଗଠନ, କୃଷକ ସଂଗଠନ, କର୍ମଚାରୀ ସଂଗଠନ, ବ୍ୟାଙ୍କ ବୀମା ଭଳି ଆର୍ଥିକ ସଂଗଠନଗୁଡିକର ଆହ୍ବାନ କ୍ରମେ ଆସନ୍ତା ନଭେମ୍ବର ୨୬ରେ ପାଳନ ହେବ ସର୍ବଭାରତୀୟ ସାଧାରଣ ଧର୍ମଘଟ । ତେବେ ଏହି ଧର୍ମଘଟକୁ ସଫଳ କରିବା ପାଇଁ ଶରଣକୂଳଠାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି l

ସାଧାରଣ ଲୋକେ ଧର୍ମଘଟରେ ବହୁ ସଂଖ୍ୟାରେ ସାମିଲ ହେବାକୁ ମିଳିତ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି । ବହୁ ଦିନ ସଂଗ୍ରାମ କରି ଭାରତ ବର୍ଷର ଶ୍ରମିକ ଶ୍ରେଣୀ, କୃଷକ ସମାଜ ଯେଉଁ ଅଧିକାର ହାସଲ କରିଥିଲେ, କୋରୋନାର ସୁଯୋଗ ନେଇ କେନ୍ଦ୍ର ସରକାର ସେ ଅଧିକାରକୁ ଛଡ଼ାଇନେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ନଭେମ୍ବର ୨୬ ଧର୍ମଘଟ ଡାକରା ଦିଆଯାଇଛି ।

କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ଟି ନିଷ୍କ୍ରିୟ କୋଡ୍‌ରେ ପରିଣତ କରିବା, କୃଷି ସଂସ୍କାର ଆଳରେ କର୍ପୋରେଟ କୃଷି ଓ କୃଷି ଅମଳର ମହଜୁଦକାରୀ କଳାବଜାରୀମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା, ଅତ୍ୟବଶ୍ୟକ ଖାଉଟି ଆଇନକୁ ବାତିଲ କରିବା, ବେକାରୀ ବୃଦ୍ଧି ଆଦିର ପ୍ରତିରୋଧ ପାଇଁ ଏହି ଆନ୍ଦୋଳନକୁ ସଫଳ କରିବାକୁ କୃଷକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ସଭାପତିତ୍ବରେ ବୈଠକରେ ଅନୁଷ୍ଠିତ ହୋଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.