ETV Bharat / state

କୋଟଗଡ଼ ଘାଟି ଡକାୟତି ଘଟଣାକୁ ପୁରିଲା 24 ଘଣ୍ଟା, ପୋଲିସ ହାତ ଖାଲି

ନୟାଗଡ଼ ଜିଲ୍ଲା କୋଟଗଡ଼ ଘାଟିରେ ହୋଇଥିବା ଡକାୟତି ଘଟଣାରେ 24 ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଥିଲେ ମଧ୍ୟ ଡକାୟତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ l ଅଧିକ ପଢନ୍ତୁ...

କୋଟଗଡ଼ ଘାଟିରେ ଡକାୟତି ଘଟଣାକୁ ପୁରିଲା 24 ଘଣ୍ଟା, ପୋଲିସ ହାତ ଖାଲି

author img

By

Published : May 13, 2021, 1:55 PM IST

ନୟାଗଡ଼: ଜିଲ୍ଲାର ରଣପୁର ଥାନା ରାଜସୁନାଖଳା ଫାଣ୍ଡି କୋଟଗଡ଼ ଘାଟିରେ ବୁଧବାର ହୋଇଥିବା ଡକାୟତି ଘଟଣାରେ ଡକାୟତଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିଛି l ହେଲେ ଘଟଣାକୁ 24 ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଥିଲେ ମଧ୍ୟ ଡକାୟତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ l

ଏହି ଘଟଣା ଭିଆଇଥିବା ଡକାୟତ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଥିବା ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି l ଖୋର୍ଦ୍ଧା ଜିଲ୍ଲାର ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ସ୍କୁଟି ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ସକାଳ ସମୟରେ ଡକାୟତମାନେ ତାଙ୍କୁ ପିଛା କରି କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଆକ୍ରମଣ କରିଥିଲେ । ପରେ ବନ୍ଧୁକ ଦେଖାଇ ମାମିନାଙ୍କ ଠାରୁ 9 ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରିର ଏକ ଚେନ ଏବଂ ଏକ ମୋବଇଲ ଲୁଟି ନେଇଥିଲେ l

କୋଟଗଡ଼ ଘାଟିରେ ଡକାୟତି ଘଟଣାକୁ ପୁରିଲା 24 ଘଣ୍ଟା, ପୋଲିସ ହାତ ଖାଲି

ପରେ ଦମ୍ପତି ଓ ଡକାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଡକାୟତମାନେ ବନ୍ଧୁକଟି ଘଟଣା ସ୍ଥଳରେ ଛାଡ଼ିପଳାଇଥିଲେ l ତେବେ ପୋଲିସର ତଦନ୍ତ ପରେ ଡକାୟତମାନେ ସ୍ଥାନୀୟ ଅଞ୍ଚଳର ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି l କୋଟଗଡ଼ ଘାଟିରେ କିଛି ଦିନର ନୀରବତା ପରେ ପୁଣି ଡକାୟତି ହେବାକୁ ନେଇ ଲୋକେ ଭୟଭୀତ ଭାବେ ଯାତାୟାତ କରୁଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.