ETV Bharat / state

ଶିକ୍ଷକଙ୍କ ବଦଳିକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Aug 17, 2021, 11:37 AM IST

ନୟାଗଡ଼ ନୋତର ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ବିରୋଧ କରିବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା

ନୟାଗଡ଼: ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । ନୟାଗଡ଼ ନୋତର ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଶିକ୍ଷକଙ୍କ ବଦଳିକୁ ବିରୋଧ କରିବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରିଛନ୍ତି । ଗତ କିଛି ଦିନ ତଳେ ବିଦ୍ୟାଳୟର ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ସାନିଟାଇଜ ବ୍ୟବସ୍ଥା କରିନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ ।

ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆ ଯାଇଥିଲା । ଉକ୍ତ ତଦନ୍ତ ରିପୋର୍ଟରେ ଛାତ୍ରଛାତ୍ରୀ ଙ୍କୁ ଉସକାଇ ଧାରଣାରେ ବସାଇଥିବା ନେଇ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକଙ୍କ ସହ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରିଥିଲା ଶିକ୍ଷା ବିଭାଗ । ଏବଂ ଉକ୍ତ ୨ ଜଣ ଶିକ୍ଷକଙ୍କ ବାଦ ଅନ୍ୟ ୩ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି ଆଦେଶ ହୋଇଛି । ଏହାକୁ ନେଇ ଶିକ୍ଷକ ଏବଂ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ଦେବା ସହ ଶିକ୍ଷକ ମାନଙ୍କ ପୁନଃ ନିଯୁକ୍ତି ପାଇଁ ନିବେଦନ କରିଛନ୍ତି । ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.