ନୟାଗଡ: ବାରହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର । ହେଲେ ଜଣେ ଯୁବକଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ଦଶପଲ୍ଲା ନାହାକପଡା ଗାଁର ଉଦ୍ୟନାଥ ବେହେରାଙ୍କ ପୁଅ କାଳିଆ ବେହେରା ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, କାଳିଆ ଟାକରା ପଞ୍ଚାୟତ ନିକଟସ୍ଥ ପିଠାଖାଇ ଘାଟିକୁ ଯିବାବେଳେ ବାରହା ପାଇଁ ଶିକାରୀ ଲଗାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତେବେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ