ନୟାଗଡ: ପୁଣି ଏକ ଲଜ୍ୟା । ଷଷ୍ଠଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କଲା ସମ୍ପକୀୟ ଦାଦା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ଅଞ୍ଚଳରେ ।
ଅଭିଯୋଗ ଅନୁସାରେ, ଗୁରୁବାର ସନ୍ଧ୍ୟା ସମୟରେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା । ସେହି ସମୟରେ ସମ୍ପର୍କୀୟ ଦାଦା ନାବାଳିକାକୁ ଖେଳିବା ପାଇଁ ଡାକିଥିଲା। ସନ୍ଧ୍ୟା ସମୟରେ ନାବାଳିକାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଏନେଇ ଓଡଗାଁ ପୋଲିସ ସମ୍ପୃକ୍ତ ନାବାଳିକାର 161 ଧାରାରେ ବୟାନ ରେକର୍ଡ କରି ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତ ଜଣେ ନାବାଳକ ହୋଇଥିବା ଜଣାପଡ଼ିଛି l ଅନ୍ୟପକ୍ଷେ ଏ ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ