ETV Bharat / state

ବିକାଶର ଅସଲ ଚିତ୍ର, ରାସ୍ତା ନଥିବାରୁ ଚାଲିଗଲା ରୋଗୀଙ୍କ ଜୀବନ - ପୁଣି ବୁହା ହେଲେ ରୋଗୀ

ନୟାଗଡ଼ର କୋଷଲାଙ୍ଗ ଗାଁକୁ ରାସ୍ତା ନଥିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଠିକ୍ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିପାରିନଥିଲେ ସେ । ଅଧିକ ପଢନ୍ତୁ...

ରାସ୍ତା ନଥିବାରୁ ରୋଗୀଙ୍କ ଚାଲିଗଲା ଜୀବନ
ରାସ୍ତା ନଥିବାରୁ ରୋଗୀଙ୍କ ଚାଲିଗଲା ଜୀବନ
author img

By

Published : Feb 6, 2021, 2:54 PM IST

ନୟାଗଡ଼: ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି l ନୟାଗଡ଼ର ଏକ ଗାଁକୁ ରାସ୍ତା ନ ଥିବାରୁ 2 କିଲୋମିଟର ଖଟିଆରେ ବୁହାହେଲେ ରୋଗୀ । ସେପଟେ ଚିକିତ୍ସାରେ ବିଳମ୍ବ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ କୋଷଲାଙ୍ଗ ଗାଁରେ ।

ରାସ୍ତା ନଥିବାରୁ ରୋଗୀଙ୍କ ଚାଲିଗଲା ଜୀବନ

ଏହି ଗାଁର 65 ବର୍ଷୀୟ କଣ୍ଠ କହଁର ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ପରିବାର ପକ୍ଷରୁ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା ।

ସେପଟେ ଗ୍ରାମବାସୀ ତାଙ୍କୁ ଏକ ଖଟିଆ ସାହାଯ୍ୟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସଠିକ ସମୟରେ ଚିକିତ୍ସା ହୋଇ ନପାରିବା ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ । ତେବେ ପୂର୍ବରୁ ବହୁଥର ନୂଆଗାଁ ବ୍ଲକରୁ ରୋଗୀ, ପ୍ରସୂତି ଖଟିଆରେ ବୁହା ହୋଇ ଚିକିତ୍ସା ପାଇଁ ଆସିବା ଘଟଣା ଘଟିଥିବା ବେଳେ ପୁଣି ଏଭଳି ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.