ETV Bharat / state

ନାବାଳିକା ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ଭଣ୍ଡୁର କଲା ଶିଶୁ ସୁରକ୍ଷା ୟୁନିଟ

author img

By

Published : Oct 7, 2020, 12:19 PM IST

ନାବାଳିକାକୁ ନେଇ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି । ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ । ନୟାଗଡରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ....

a minor girl rescued in nayagarh
ନାବାଳିକା ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି :ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ

ନୟାଗଡ଼: ନାବାଳିକାର ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି ପର୍ବ । ହେଲେ ଏସବୁକୁ ଭଣ୍ତୁର କରିଦେଲା ଶିଶୁ ସୁରକ୍ଷା ୟୁନିଟ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାର ଟାକେରା ଗାଁରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, କିଛିଦିନ ତଳେ ଜଣେ ୧୫ ବର୍ଷିୟା ନାବାଳିକାକୁ ଦଶପଲ୍ଲା ଟାକେରା ଗାଁର ଦୁଷ୍ମନ୍ତ ନାୟକ ନେଇ ଯାଇ ନିଜ ଘରେ ରଖିଥିଲା ଓ ବିବାହ ପାଇଁ ପ୍ରସ୍ତୁତି ଚଲାଇଥିଲା ।

ହେଲେ ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଓ ପୁଲିସ ମିଳିତ ଭାବେ ଚଢାଉ କରିଥିଲେ । ଘଟଣାସ୍ଥଳରୁ ନାବାଳିକୁ ଉଦ୍ଧାର କରିଥିଲେ । ହେଲେ ନାବାଳିକୁ ପରିବାର ଲୋକେ ନେବା ପାଇଁ ଅମଙ୍ଗ ହେବାରୁ ତାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇ" ତପସ୍ୟା " ଆଶ୍ରୟ ଗୃହରେ ରଖା ଯାଇଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.